ଢେଙ୍କାନାଳ: ପୋଖରୀରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ବମ୍ପା ଗାଁ ନିକଟରେ ଥିବା ପୋଖରୀରୁ ଆଜି ସକାଳେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଶାବକର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରେ ହାତୀପଲ ପୋଖରୀକୁ ପାଣି ପିଇବା ପାଇଁ ଆସିଥିବା ବେଳେ ଏହି ଶାବକଟି କାଦୁଅରେ ଫସିଯାଇଥିଲା। ଫଳରେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ଶାବକର […]

elephant

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 01:42 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ବମ୍ପା ଗାଁ ନିକଟରେ ଥିବା ପୋଖରୀରୁ ଆଜି ସକାଳେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଶାବକର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଗତକାଲି ରାତିରେ ହାତୀପଲ ପୋଖରୀକୁ ପାଣି ପିଇବା ପାଇଁ ଆସିଥିବା ବେଳେ ଏହି ଶାବକଟି କାଦୁଅରେ ଫସିଯାଇଥିଲା। ଫଳରେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରିଛି।

ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ଶାବକର ମୃତଦେହ ଉଦ୍ଧାର କରିଛି ବୋଲି ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Related story