ଜମିର କିସମ ବଦଳାଇଥିବା ଘଟଣା, ବନ୍ଧା ହେଲେ ଆଉ ତିନି

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ଜମିର କିସମ ବଦଳାଇଥିବା ଅଭିଯୋଗରେ ଢେଙ୍କାନାଳ ଟାଉନ୍‌ ଥାନା ପୁଲିସ୍‌ ଗତକାଲି ୩ ଜଣଙ୍କୁ ଗିରଫ ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କୁ ବାନ୍ଧିଛି।  ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି। ଗତକାଲି ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ  ପୁଲିସ ଗିରଫ କରିଥିଲା। ଆଜି ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ଢେଙ୍କାନାଳ ତହସିଲ କାର୍ଯ୍ୟାଳୟର ୨ […]

jail

Niharika Rout
  • Published: Saturday, 11 September 2021
  • , Updated: 11 September 2021, 02:43 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବେଆଇନ ଭାବେ ଜମିର କିସମ ବଦଳାଇଥିବା ଅଭିଯୋଗରେ ଢେଙ୍କାନାଳ ଟାଉନ୍‌ ଥାନା ପୁଲିସ୍‌ ଗତକାଲି ୩ ଜଣଙ୍କୁ ଗିରଫ ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କୁ ବାନ୍ଧିଛି।  ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି।

ଗତକାଲି ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ  ପୁଲିସ ଗିରଫ କରିଥିଲା। ଆଜି ଗିରଫ ହୋଇଥିବା ୩ ଜଣଙ୍କ ମଧ୍ୟରେ ଢେଙ୍କାନାଳ ତହସିଲ କାର୍ଯ୍ୟାଳୟର ୨ କର୍ମଚାରୀ ଓ ଜଣେ ଆବେଦନକାରୀ ମହିଳା ଥିବା ଜଣାଯାଇଛି। ଆଜି ଗିରଫ ହୋଇଥିବା ୨ କର୍ମଚାରୀ ହେଲେ ରେକର୍ଡ କିପର ଦୁଷ୍ମନ୍ତ ଦେହୁରୀ ଓ ସୌମ୍ୟରଂଜନ ପରିଡ଼ା ପରିଡ଼ା ।

ସୂଚନାଥାଉ କି, ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ।  ଏହା ପ୍ରଘଟ ହେବା ପରେ ଜିଲ୍ଲାପାଳ  ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ଼ କିପର ଓ ଆବେଦନକାରୀ ଜମି ଦଲାଲ୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୨ ଦିନରେ ୬ ଜଣଙ୍କୁ ଗିରଫ କରାଯାଇଛି।

ଏହି ଘଟଣାକୁ ନେଇ ପୂର୍ବରୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଫାଇଲ ତଳେ ଚିଠି ଚାପି ହୋଇ ରହିଥିଲା। ଏବେ ଘଟଣା ପଦାରେ ପଡିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି।

Related story