ବଂଶୀଧରଙ୍କ ପାଇଁ ଟୁଇଟରରେ କ’ଣ ଲେଖିଲେ ଧର୍ମେନ୍ଦ୍ର, କାହାକୁ କଲେ କଟାକ୍ଷ, ପଢନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ଏବଂ ଗତକାଲି ଏକାଦଶାହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲେ ନାହିଁ। ପ୍ରସନ୍ନ ପାଟ୍ଟସାହାଣୀ, ପ୍ରଫୁଲ୍ଲ ସାମଲଙ୍କ ଭଳି ବିଜେଡି ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତାମାନେ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳି ନ ଥିଲା। ଏହି ଘଟଣାକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍‌ରରେ ଧର୍ମେନ୍ଦ୍ର ଲେଖିଛନ୍ତି, ନବୀନ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଥିବେ । […]

BJP_Pradhan

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 10:33 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ଏବଂ ଗତକାଲି ଏକାଦଶାହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଲେ ନାହିଁ। ପ୍ରସନ୍ନ ପାଟ୍ଟସାହାଣୀ, ପ୍ରଫୁଲ୍ଲ ସାମଲଙ୍କ ଭଳି ବିଜେଡି ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତାମାନେ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳି ନ ଥିଲା।

ଏହି ଘଟଣାକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍‌ରରେ ଧର୍ମେନ୍ଦ୍ର ଲେଖିଛନ୍ତି, ନବୀନ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଥିବେ । ବଂଶୀଧର ପଣ୍ଡାଙ୍କ ପରିବାର ସହ ସମ୍ପର୍କ ଆଧାରରେ ସମ୍ମାନ-ଅସମ୍ମାନ ବିବେଚନା କରିବା ଉଚିତ୍ ନୁହେଁ। ତାସହ ସେ କହିଛନ୍ତି ଯେ, ଜନମତ ଶକ୍ତିରେ ନିଶାସକ୍ତ ହୋଇ ପୂଜ୍ୟପୂଜାକୁ ହେୟଜ୍ଞାନ କରିବା ଅନୁଚିତ।

 

 

 

Related story