ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳିବ ରୋଗନିର୍ଣ୍ଣୟ ପରୀକ୍ଷା ସୁବିଧା, ଖର୍ଚ୍ଚ ହେବ ୨୪୫୪କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳଗୁଡ଼ିକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଖୁବଶୀଘ୍ର ରୋଗନିର୍ଣ୍ଣୟ ପରୀକ୍ଷା ପାଇଁ ଭିତ୍ତିଭୂମି ସୁବିଧା ଉପଲବ୍ଧ ହେବ। ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶରେ ଏହି ଭିତ୍ତିଭୂମି ଓ ସେବା ସୁବିଧା ଉପଲବ୍ଧ କରାଯିବ। ୨୦୨୧ରୁ ୨୦୨୬ ମସିହା ମଧ୍ୟରେ ଏଥିପାଇଁ ୨୪୫୪କୋଟି ଟଙ୍କା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ବିନିଯୋଗ ହେବ। ଗ୍ରାମାଂଚଳ ଓ ସହରାଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧାର ଭିତ୍ତିଭୂମିକୁ ଆକଳନ କରି […]

PHC

Ordigital Desk
  • Published: Monday, 28 June 2021
  • , Updated: 28 June 2021, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳଗୁଡ଼ିକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଖୁବଶୀଘ୍ର ରୋଗନିର୍ଣ୍ଣୟ ପରୀକ୍ଷା ପାଇଁ ଭିତ୍ତିଭୂମି ସୁବିଧା ଉପଲବ୍ଧ ହେବ। ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶରେ ଏହି ଭିତ୍ତିଭୂମି ଓ ସେବା ସୁବିଧା ଉପଲବ୍ଧ କରାଯିବ। ୨୦୨୧ରୁ ୨୦୨୬ ମସିହା ମଧ୍ୟରେ ଏଥିପାଇଁ ୨୪୫୪କୋଟି ଟଙ୍କା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ବିନିଯୋଗ ହେବ।

ଗ୍ରାମାଂଚଳ ଓ ସହରାଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧାର ଭିତ୍ତିଭୂମିକୁ ଆକଳନ କରି ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଏନଆରଏଚଏମ୍ ନିର୍ଦ୍ଦେଶାଳୟକୁ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଏସବୁସ୍ତରରେ ରହିଥିବା ଭିତ୍ତିଭୂମି ଓ ଯନ୍ତ୍ରପାତି ଆବଶ୍ୟକତାର ସଠିକ୍ ଅନୁଧ୍ୟାନ କରି ଜୁଲାଇ ମାସ ଶେଷସୁଦ୍ଧା ଜିଲ୍ଲା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟସଚିବ କହିଛନ୍ତି।

ଏହି ଭିତ୍ତିଭୂମି ସୃଷ୍ଟି କାର୍ଯ୍ୟର ସୁପରିଚାଳନା ଓ ତଦାରଖ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟସ୍ତରୀୟ କମିଟି ମୁଖ୍ୟ ସଚିବ ଓ ଜିଲ୍ଲାସ୍ତରୀୟ କମିଟି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ। ରାଜ୍ୟ କମିଟିରେ ତ୍ରିସ୍ତରୀୟ ଗ୍ରାମ୍ୟ ଓ ସହର ସ୍ୱାୟତ୍ତ ସଂସ୍ଥାରୁ ପ୍ରତିନିଧିମାନଙ୍କୁ ସାମିଲ କରାଯିବ।

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଉନ୍ନତିକରଣ, ବ୍ଲକସ୍ତରରେ ଜନସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା, ରୋଗ ନିଦାନ ପରୀକ୍ଷା ପାଇଁ ଭିତ୍ତିଭୂମି, ଯନ୍ତ୍ରପାତି ଆଦି କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ କରାଯିବ। ଯାହାଫଳରେ ଜନସାଧାରଣ ସହଜରେ ଆଧୁନିକ ରୋଗ ନିର୍ଣ୍ଣୟ ସୁବିଧା ନିଜ ଅଂଚଳରେ ପାଇପାରିବେ। ବିଭିନ୍ନ ପ୍ରକାରର ସାଧାରଣ ନିଦାନ ପରୀକ୍ଷା ପାଇଁ ସହରାଂଚଳକୁ ଦୌଡ଼ି ଆଉ ଖର୍ଚ୍ଚାନ୍ତ ହେବନାହିଁ । ତୃଣମୂଳସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଣରେ ଏହା ବିଶେଷ ସହାୟକ ହେବ। ପ୍ରକଳ୍ପ ପ୍ରସ୍ତୁତି, ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ପ୍ରକଳ୍ପ ଶେଷ ସ ଗୁଣାତ୍ମକ ସେବା ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ସମସ୍ତ ବ୍ଲକ ଓ ସହରାଂଚଳର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ, ଅର୍ଥ, ପଂଚାୟତିରାଜ, ନଗର ଉନ୍ନୟନ ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Related story