ବାହଘର ଓ ଅନ୍ତ୍ୟେଷ୍ଟି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଡାଏଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ସମୟରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ଘରେ ବସି ମିଳିବ ଅନୁମତି। ବିବାହ ଅନୁମତି ଲାଗି ଥାନାକୁ ଆଉ ଯିବାକୁ ପଡ଼ିବନାହିଁ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ଫୋନ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍‌ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ। ଉକ୍ତ ଫର୍ମାଟକୁ ପୂରଣ କରି ପୁଲିସ ପାଖକୁ ପଠାଇବାକୁ ପଡ଼ିବ। ଫର୍ମାଟ ପୂରଣ ପରେ କମିଶନରେଟ ପୁଲିସରୁ ମିଳିଯିବ ଅନୁମତି। ଏନେଇ ସୂଚନା ଦେଇଛନ୍ତି […]

DCP Uma Shankar Dash

Manoranjan Sial
  • Published: Wednesday, 05 May 2021
  • , Updated: 05 May 2021, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ସମୟରେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ଘରେ ବସି ମିଳିବ ଅନୁମତି। ବିବାହ ଅନୁମତି ଲାଗି ଥାନାକୁ ଆଉ ଯିବାକୁ ପଡ଼ିବନାହିଁ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦ ଫୋନ କରିବାକୁ ପଡ଼ିବ। ହ୍ୱାଟ୍ସଆପ୍‌ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ। ଉକ୍ତ ଫର୍ମାଟକୁ ପୂରଣ କରି ପୁଲିସ ପାଖକୁ ପଠାଇବାକୁ ପଡ଼ିବ। ଫର୍ମାଟ ପୂରଣ ପରେ କମିଶନରେଟ ପୁଲିସରୁ ମିଳିଯିବ ଅନୁମତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପରି ସମୟରେ ରାଜଧାନୀବାସୀ ଥାନାକୁ ନଆସିବାକୁ ଅପିଲ୍‌ କରିଛି କମିଶନରେଟ୍‌ ପୁଲିସ। ଅଭିଯୋଗ ଥିଲେ ଫୋନ୍‌ରେ ଜଣାଇଲେ ପୁଲିସ ଘରେ ପହଞ୍ଚି ଏଫ୍‌ଆଇଆର୍‌ ଗ୍ରହଣ କରିବ। ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଘୋଷଣା କରିଥିଲେ।

ସେପଟେ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ବିଏମ୍‌ସି ଅଞ୍ଚଳରେ ୧୦୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୪୬ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୫୯୯ ଜଣ ମହାମାରୀ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ତେବେ ଦିନକୁ ଦିନ ଲୋକାଲ୍‌ କେସ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ କାମ ନଥିଲେ ଅଜଥାରେ ଘରୁ ନବାହାରିବାକୁ ଅପିଲ୍‌ କରିଛି କମିଶନରେଟ୍‌ ପୁଲିସ।

 

Related story