ଝାଡ଼ାବାନ୍ତିରେ ୪୧ ଆକ୍ରାନ୍ତ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଜନମୁରା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। ଗାଁର ୪୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଶିଶୁଙ୍କ ସମେତ ୨୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବେଡ୍‌ର ଅଭାବ ହେତୁ ସେମାନଙ୍କୁ କେତେ ଜଣଙ୍କୁ ବାରଣ୍ଡାରେ ଶୁଆଇ ସାଲାଇନ୍‌ ଦିଆଯାଉଛି। ଗାଁରେ ଥିବା ଅନ୍ୟ ଝାଡ଼ାବାନ୍ତି ଆକ୍ରାନ୍ତମାନେ ଔଷଧ ଦୋକାନରୁ ଔଷଧ ନେଇ ଖାଉଥିବା ଜଣାପଡ଼ିଛି। ପୋଖରୀ ଓ ଖୋଲା କୂଅରୁ ଦୂଷିତ […]

sonepur

sonepur

Jitendra Garnayak
  • Published: Thursday, 16 May 2019
  • Updated: 16 May 2019, 01:08 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଜନମୁରା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି। ଗାଁର ୪୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ଶିଶୁଙ୍କ ସମେତ ୨୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବେଡ୍‌ର ଅଭାବ ହେତୁ ସେମାନଙ୍କୁ କେତେ ଜଣଙ୍କୁ ବାରଣ୍ଡାରେ ଶୁଆଇ ସାଲାଇନ୍‌ ଦିଆଯାଉଛି। ଗାଁରେ ଥିବା ଅନ୍ୟ ଝାଡ଼ାବାନ୍ତି ଆକ୍ରାନ୍ତମାନେ ଔଷଧ ଦୋକାନରୁ ଔଷଧ ନେଇ ଖାଉଥିବା ଜଣାପଡ଼ିଛି।

ପୋଖରୀ ଓ ଖୋଲା କୂଅରୁ ଦୂଷିତ ପାଣି ପିଇ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଗାଁକୁ ମୋବାଇଲ୍‌ ହେଲ୍‌ପ ଟିମ୍‌ ପଠାଇବାକୁ ଲୋକେ ଦାବି କରିଛନ୍ତି।

medicalଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଲକ୍ଷ୍ମଣ ପ୍ରଧାନ କହିଛନ୍ତି,“ଝାଡ଼ାବାନ୍ତି ହେବାରୁ ଏମାନଙ୍କୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଦୂଷିତ ପାଣି ଯୋଗୁ ଲୋକେ ଝାଡ଼ାବାନ୍ତିର ଶିକାର ହୋଇଥିବା ଆମେ ଅନୁମାନ କରୁଛୁ। ଡାକ୍ତରଖାନା ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos