ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ସହରରେ ୱାର୍ଡ଼କୁ ୱାର୍ଡ଼ ଡେଉଁଛି ଝାଡ଼ାବାନ୍ତି। ଗତ ଦୁଇ ଦିନ ହେଲା ବ୍ୟାପିଥିବା ଝାଡ଼ାବାନ୍ତି ଆଜି ୧୦୦ ଟପି ଗଲାଣି। ପୌରାଞ୍ଚଳର ୫ରୁ ୬ଟି ବସ୍ତିର ଲୋକେ ଏବେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୂଷିତ ପାଣି ସେବନ ଯୋଗୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ପୌରାଞ୍ଚଳରେ ଝାଡ଼ାବାନ୍ତି କାୟା ବିସ୍ତାର କରୁଥିବା ଦେଖି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନାପତିପଡା, […]

diarrhoea-touches-epidemic-proportions-in-subarnpur-town-in-odisha

Manoranjan Sial
  • Published: Thursday, 13 December 2018
  • , Updated: 13 December 2018, 04:21 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ସହରରେ ୱାର୍ଡ଼କୁ ୱାର୍ଡ଼ ଡେଉଁଛି ଝାଡ଼ାବାନ୍ତି। ଗତ ଦୁଇ ଦିନ ହେଲା ବ୍ୟାପିଥିବା ଝାଡ଼ାବାନ୍ତି ଆଜି ୧୦୦ ଟପି ଗଲାଣି। ପୌରାଞ୍ଚଳର ୫ରୁ ୬ଟି ବସ୍ତିର ଲୋକେ ଏବେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୂଷିତ ପାଣି ସେବନ ଯୋଗୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

ସୁବର୍ଣ୍ଣପୁର ପୌରାଞ୍ଚଳରେ ଝାଡ଼ାବାନ୍ତି କାୟା ବିସ୍ତାର କରୁଥିବା ଦେଖି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନାପତିପଡା, ଧୀବର ପଡା, କଳିଙ୍ଗ ନଗର, ପଟାଭାଡ଼ି, ମାଳିସାହି ଓ ବଡ଼ବଜାର ଅଞ୍ଚଳକୁ ଆଜି ସକାଳଠାରୁ ପାନୀୟ ଜଳ ଯୋଗାଣ ବନ୍ଦ ରଖାଯାଇଛି। ରାଉରକେଲା ଓ ସୁନାବେଡ଼ାରୁ ଜନସ୍ୱାସ୍ଥ୍ୟ ବିଭାଗର ୨ଟି ସ୍ୱତନ୍ତ୍ର ଟିମ୍‌ ଆସି ପାନୀୟ ଜଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛନ୍ତି।

ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ସ୍ୱତନ୍ତ୍ର ଡାକ୍ତରୀଦଳ ପ୍ରଭାବିତ ପଡ଼ାଗୁଡ଼ିକରେ ଘରକୁ ଘର ବୁଲି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଫୁଟା ପାଣି, ବ୍ଲିଚିଂ ଓ ହେଲୋଜିନ୍‌ ବଟିକା ପକାଇ ପାଣି ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Related story