ସହରବାସୀଙ୍କୁ ସିଟିବସ୍ ସେବାର ଅଫର୍ ଦେଇ ଭୁଆଁ ବୁଲାଇଦେଲେ କି ରାଜ୍ୟ ସରକାର ?

ବ୍ରହ୍ମପୁର/ବାଲେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହରବାସୀଙ୍କୁ ସିଟିବସ୍ ସେବାର ଅଫର୍ ଦେଇ ଭୁଆଁ ବୁଲାଇଦେଲେ କି ରାଜ୍ୟ ସରକାର ? ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଆଣି ସିଟିବସ୍ ସେବାର ପରିକଳ୍ପନା ହେଲା କି  ବିଫଳ ? ଏହି ରୁଗ୍ଣ, ଭଙ୍ଗାରୁଜା ସିଟିବସ୍ ହିଁ ଏଭଳି କିଛି ପ୍ରଶ୍ନ ଉଠାଉଛି । ବ୍ରହ୍ମପୁର ହଳଦିଆପଦର ଗ୍ୟାରେଜରେ ପଡ଼ିରହିଥିବା ବସ୍ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ। କେଉଁଠି ଗଛଲତା ମାଡ଼ିଗଲାଣି ତ ଆଉ କେଉଁ ବସର ଯନ୍ତ୍ରାଂଶ ଗାୟବ । […]

5g1

Tapas Behera
  • Published: Tuesday, 07 September 2021
  • , Updated: 07 September 2021, 09:26 PM IST

ବ୍ରହ୍ମପୁର/ବାଲେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହରବାସୀଙ୍କୁ ସିଟିବସ୍ ସେବାର ଅଫର୍ ଦେଇ ଭୁଆଁ ବୁଲାଇଦେଲେ କି ରାଜ୍ୟ ସରକାର ? ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଆଣି ସିଟିବସ୍ ସେବାର ପରିକଳ୍ପନା ହେଲା କି  ବିଫଳ ? ଏହି ରୁଗ୍ଣ, ଭଙ୍ଗାରୁଜା ସିଟିବସ୍ ହିଁ ଏଭଳି କିଛି ପ୍ରଶ୍ନ ଉଠାଉଛି । ବ୍ରହ୍ମପୁର ହଳଦିଆପଦର ଗ୍ୟାରେଜରେ ପଡ଼ିରହିଥିବା ବସ୍ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ।

କେଉଁଠି ଗଛଲତା ମାଡ଼ିଗଲାଣି ତ ଆଉ କେଉଁ ବସର ଯନ୍ତ୍ରାଂଶ ଗାୟବ । ୨୦୧୫ରେ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳକୁ ଯାତ୍ରୀଙ୍କ ଗମନାଗମନ ପାଇଁ ଆରମ୍ଭ ହୋଇଥିଲା ଏହି ସିଟିବସ୍ ସେବା। ସେହି ସମୟରେ ଆସିଥିଲା ୪୨ଟି ବସ୍ । ଆଉ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡକୁ।  କିନ୍ତୁ ପ୍ରଥମେ ୪ ବର୍ଷ ସେବା ଯୋଗାଇବା ପରେ ୨୦୧୯ରୁ ପର୍ଯ୍ୟାୟକ୍ରମେ ଏଭଳି ପଡ଼ିରହି ଖତ ଖାଇବା ଆରମ୍ଭ ହୋଇଥିଲା ୨୦ଟି ବସ୍ । ଆଉ ଏବେ ଜରାଜୀର୍ଣ୍ଣ ଅବସ୍ଥା ।

କେବଳ ବ୍ରହ୍ମପୁର କାହିଁକି ବାଲେଶ୍ୱର ସହରରେ ବି ସମାନ ଚିତ୍ର । ୨୦୧୭ରେ ୬ କୋଟିରେ କିଣାଯାଇଥିଲା ୧୦ଟି ସିଟିବସ୍।  ଯାକଜମକର ସହ ଲୋକାର୍ପିତ କରିଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । କିନ୍ତୁ ସହର ଭିତରେ ଅଣଓସାରିଆ ରାସ୍ତା ଯୋଗୁ ଏଠି ସଫଳ ହୋଇପାରିଲାନି ଯୋଜନା।  ସେହିପରି ଜୟପୁର ସହରର ସିଟିବସ୍ ଟର୍ମିନାଲରେ ୨୦ଟି ବସ୍‌ର ଅଖଚକ ଜାମ୍ । ଜୟପୁର ସହର ସହ କୋରାପୁଟ, ସେମିଳିଗୁଡ଼ା, ବୋରିଗୁମ୍ମା, କୋଟପାଡ଼ ଆଦି ସହରକୁ ଯୋଡ଼ିବାର ପରିକଳ୍ପନା କରି ୨୦୧୬ରେ ଆରମ୍ଭ ହୋଇଥିଲା ଟାଉନ୍ ବସ୍ । କିନ୍ତୁ ଗତ ୩ ବର୍ଷ ହେଲା ବ୍ୟବହାର ଉପଯୋଗୀ ହୋଇନପାରି ୨୦ଟି ବସ୍ ଏବେ ଅଚଳ ହୋଇପଡ଼ିଛି । ତେବେ ପରିଚାଳନା ଦାୟିତ୍ୱରେ ଥିବା ଜୟପୁର-କୋରାପୁଟ-ସୁନାବେଡ଼ା ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟର ରୋଡଟ୍ୟାକ୍ସ, ଇନ୍ସୁରାନ୍ ବାବଦକୁ ୨୪ ଲକ୍ଷରୁ ଅଧିକ ଟଙ୍କା ବକେୟାକୁ ନେଇ ଲାଗି ରହିଥିବା ବିବାଦକୁ ଦାୟୀ କରିଛନ୍ତି ଉପଜିଲ୍ଲାପାଳ।

ପରିଚାଳନା ଗତ ତ୍ରୁଟିରୁ ହେଉ କିମ୍ବା ଦୂରଦୃଷ୍ଟିର ଅଭାବ । ଭୁବନେଶ୍ୱରରେ ୧୨୧ ସିଟିବସକୁ ଏକ ସ୍କ୍ରାପେଜ୍ ସଂସ୍ଥାକୁ ବିକି ଦେଇଥିବା ଅଭିଯୋଗ ଉଠିଥିଲା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ-କ୍ରୁଟ୍ ସଂସ୍ଥା ବିରୋଧରେ।  ଆଉ ଏବେ ବ୍ରହ୍ମପୁର, ବାଲେଶ୍ୱର ଓ ଜୟପୁରରେ ସିଟିବସ୍ ଖତ ଖାଉଥିବାର ଦୃଶ୍ୟ ଦେଖିଲେ ପ୍ରଶ୍ନ ଉଠୁଛି, ମାତ୍ର ୩-୪ ବର୍ଷ ଲାଗି ବସ୍‌ସେବା ପାଇଁ କୋଟି କୋଟି ଟଙ୍କାର ପରିକଳ୍ପନା ପଛର ଉଦ୍ଦେଶ୍ୟ କଣ ? କରୋନା କଟକଣା ଯୋଗୁ ବସ୍ ଚାଲିଲାନି ବୋଲି ମେଣ୍ଟେନାନ୍ସ ନକରି ଖତ ଖାଇବା ପଯର୍ୟନ୍ତ କଥା ଗଲା କାହିଁକି ? ଏବେ ଏହାର ଉତ୍ତର ଅପେକ୍ଷାରେ ସାଧାରଣ ଜନତା।

Related story