ବାଇକ୍‌ରେ କୁମ୍ଭୀର ନେବା ମାମଲାରେ ଡେପୁଟି ରେଞ୍ଜର ନିଲମ୍ୱିତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଦିଗପହଣ୍ଡିରେ ବାଇକ୍‌ରେ କୁମ୍ଭୀର ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ କୁମ୍ଭୀରକୁ ବାନ୍ଧି ନିଆଗଲା ସେ ନେଇ ତଦନ୍ତ ହେଉଛି। କୁମ୍ଭୀରକୁ ଉଦ୍ଧାର କରାଯିବା ପରେ SOP […]

crocodile

Manoranjan Sial
  • Published: Monday, 14 September 2020
  • , Updated: 14 September 2020, 04:46 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଦିଗପହଣ୍ଡିରେ ବାଇକ୍‌ରେ କୁମ୍ଭୀର ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ କୁମ୍ଭୀରକୁ ବାନ୍ଧି ନିଆଗଲା ସେ ନେଇ ତଦନ୍ତ ହେଉଛି। କୁମ୍ଭୀରକୁ ଉଦ୍ଧାର କରାଯିବା ପରେ SOP ପାଳନ କରାଯାଇନଥିବା ଅଭିଯୋଗ ହୋଇଛି।

ଗତ ସପ୍ତାହରେ ଦିଗପହଣ୍ଡି ତଲାସିଙ୍ଗି ଗାଁରେ ଚାଷ ଜମିରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଲୋକେ ତାକୁ ଉଦ୍ଧାର କରି ଘୋଡ଼ାହାଡ ଡ୍ୟାମରେ ଛାଡ଼ିଥିଲେ। ହେଲେ ୧୦ କିଲୋମିଟର ରାସ୍ତାରେ ଲୋକେ ବାଇକ୍‌ରେ କୁମ୍ଭୀରକୁ ବାନ୍ଧି ବିପଦଜନକ ଭାବେ ନେଇଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related story