ରାଉରକେଲା(ପବନ ତିୱାରୀ): କରୋନା ପାଇଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ପୁଣି ଥରେ କେବେ ସ୍ୱାଭାବିକ ହେବ ସ୍ଥିର ହୋଇନି । ଏପରି ସ୍ଥଳେ ଡିଜିଟାଲ କ୍ଳାସ ମାଧ୍ୟମରେ ପାଠ ପଢ଼ାକୁ ଗୁରୁତ୍ୱ ଦିଆଯାଉଛି।
ରାଉରକେଲା ଏନଆଇଟିର ସମଗ୍ର ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ରହିଛି। ଜୁଲାଇ ୨୦ରୁ ଏନଆଇଟିରେ ପାଠ ପଢ଼ା ଆରମ୍ଭ ହେବା କଥା । କିନ୍ତୁ ଯଦି ସେ ସମୟରେ ପିଲା କ୍ୟାମ୍ପସକୁ ନ ଫେରନ୍ତି, ତେବେ ଅନଲାଇନ୍ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ ବୋଲି କହିଛନ୍ତି ରାଉରକେଲା ଏନଆଇଟିର ନିର୍ଦ୍ଦେଶକ ।
ସମଗ୍ର ଭାରତରେ ଥିବା ୩୧ଟି ଏନଆଇଟି ମଧ୍ୟରୁ ରାଉରକେଲା ଏନଆଇଟିରେ ଏହା ହେଉଛି ପ୍ରଥମ ଓ ଉଚ୍ଚ ମାନର କ୍ଲାସ ରୁମ୍।ଏଥିରେ ଏକା ଥରକେରେ ୨୩ ଗୋଟି କ୍ଳାସ ରୁମ୍ ଯୋଡି ହେବା ସହିତ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି।