ଭୁବନେଶ୍ୱର: ପାତ୍ରପଡା ଦିଲ୍ଲୀପ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକ ନାଁରେ କମିଶନରେଟ୍ ପୋଲିସ ଏନବିଡବ୍ଲୁ ଜାରି କରିବା ପାଇଁ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ଆବେଦନ କରିଛି।
ରାଜୁ ଶୀଘ୍ର ଧରା ନ ପଡିଲେ ଆଇନ ଅନୁଯାୟୀ ଏନବିଡବ୍ଲୁ ଜାରି କରିବ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା।
ସୂଚନାଯୋଗ୍ୟ ଗତ ୨ ତାରିଖରେ ରାଜୁର ଭାଇ ଜୟ ବାରିକଙ୍କ ସହ ୩ ଜଣକୁ ଗିରଫ କରିଥିଲା ପୋଲିସ। ଏହି ହତ୍ୟାକାଣ୍ଡରେ ରାଜୁକୁ ମିଶାଇ ୨୧ ଜଣ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ତେବେ ଗତ ଜୁନ୍ ୧୮ ତାରିଖରେ ପାତ୍ରପଡା ଅଞ୍ଚଳରେ ଠିକାଦାର ଦିଲ୍ଲୀପ ନାୟକକୁ ଗୁଳି କରି ହତ୍ୟା କରାଯାଇଥିଲା।