ଭବାନୀପାଟଣା(ରାଜକୁମାର ସିଂଦେଓ ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ‘ପ୍ରୟାସ’ ଆଶ୍ରୟ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଏହାର ନିର୍ଦ୍ଦେଶକଙ୍କୁ ପୁଲିସ ଅଟକ ରଖିଛି। ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ଆଧାରରେ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସେପଟେ ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି, ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ।
ସହରରେ ଥିବା ଏହି ଆଶ୍ରୟ ଗୃହର ସହାୟକଙ୍କ ସହାୟତାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ଦାସ ଦୀର୍ଘ ଦିନ ହେଲା ଲଜ୍ଜାଜନକ କାଣ୍ଡ ଭିଆଉଥିବା ଅଭିଯୋଗ ଆସିଥିଲା । ଏଥିରେ ତାଙ୍କୁ ଆଶ୍ରୟ ଗୃହର ଅନ୍ୟ ବରିଷ୍ଠ ମହିଳା କର୍ମଚାରୀ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ରହିଛି ।
ବଲାଙ୍ଗିରର ଜଣେ ପୀଡ଼ିତାଙ୍କ ମା’ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଉଠାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଲାଗି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଉପଜିଲ୍ଲାପାଳ ଗତକାଲି ରାତିଅଧିଆ ଚଢାଉ କରିଥିଲେ । ସେମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
Politics
ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ
ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।