ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଥିବା ଆୟୁଷ ହସ୍ପିଟାଲ ଆଣ୍ଡ ଟ୍ରମା କେୟାରର ନିର୍ଦ୍ଦେଶକ ଡାକ୍ତର ଅଶୋକ ଆଚାର୍ଯ୍ୟଙ୍କୁ ଆଜି ପୁଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ କୋର୍ଟ ଦୁଇଟି ଜାମିନବିହୀନ ଗିରଫ ପରୱାନା ଜାରି କରିଥିବାରୁ ସେହି ଆଧାରରେ ଡାକ୍ତର ଆଚାର୍ଯ୍ୟଙ୍କୁ ଆଜି ନୟାପଲ୍ଲୀ ଥାନାର ଏକ ପୁଲିସ ଟିମ୍ ଗିରଫ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ,ଭୁବନେଶ୍ୱରର ଆଚାର୍ଯ୍ୟବିହାର ଛକ ନିକଟରେ ଥିବା ୬ମହଲା ବିଶିଷ୍ଟ ଏହି ଘରୋଇ ହସ୍ପିଟାଲର ଚିକିତ୍ସା ସେବାକୁ ନେଇ ଅଭିଯୋଗ ହେବା ପରେ ୨୦୧୬ ଜୁନ୍ ୩୦ତାରିଖରେ ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ( ଡିଏମଇଟି) ପକ୍ଷରୁ ଚଢ଼ଉ କରାଯାଇଥିଲା । ମେଡିକାଲ ପ୍ରାକ୍ଟିସ ଓ ଚିକିତ୍ସା ସେବାରେ କେତେକ ଗୁରୁତର ତ୍ରୁଟି ଥିବାର ପ୍ରମାଣ ସେତେବେଳେ ଡିଏମଇଟିକୁ ମିଳିଥିବା ଚର୍ଚ୍ଚା ହୋଇଥିଲା । ଯାହାଫଳରେ ଏହି ୧୨୦ ବେଡ୍ ବିଶିଷ୍ଟ ଘରୋଇ ହସ୍ପିଟାଲକୁ ଡିଏମଇଟି ନିର୍ଦ୍ଦେଶରେ ବନ୍ଦ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।