ଦୁନିଆ ନଦେଖି ଦୁନିଆ ଜିତିଲେ, ଗୀତ ଗୀତରେ ମନ କିଣିଲେ ସୁଦାମ- ଶ୍ରୀଧର

ଚାନ୍ଦବାଲି (ବାସୁଦେବ ଦାସ): ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡିର ଦୁଇ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ସୁଦାମ ଓ ଶ୍ରୀଧର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶଗଡିଆ ଗାଁର ଜନ୍ମରୁ ଦିବ୍ୟାଙ୍ଗ ସୁଦାମ ନାୟକ। ସେ କୌଣସି […]

bhadrak

Manoranjan Sial
  • Published: Saturday, 12 October 2019
  • , Updated: 12 October 2019, 10:28 PM IST

ଚାନ୍ଦବାଲି (ବାସୁଦେବ ଦାସ): ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡିର ଦୁଇ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ସୁଦାମ ଓ ଶ୍ରୀଧର।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶଗଡିଆ ଗାଁର ଜନ୍ମରୁ ଦିବ୍ୟାଙ୍ଗ ସୁଦାମ ନାୟକ। ସେ କୌଣସି ତାଲିମପ୍ରାପ୍ତ କଣ୍ଠଶିଳ୍ପୀ ନୁହନ୍ତି। ହେଲେ ତାଙ୍କ ସୁମଧୁର ଗୀତ କାନରେ ବାଜିଲେ, ଯେ କେହିବି ଘଡିଏ ଛିଡ଼ା ହୋଇ ତାଙ୍କ ଗୀତ ନ ଶୁଣି ଯାଇପାରିବ ନାହିଁ। କିନ୍ତୁ ଏହି ଅକ୍ଷମତା ତାଙ୍କ ଲାଗି କେବେ ବାଧକ ସାଜିନି। ଗୀତକୁ ଶୁଣି ଶୁଣି ମନେ ରଖି ବେଶ ସୁନ୍ଦର ଭାବେ ଗାଇପାରନ୍ତି ସୁଦାମ ।

ପ୍ରତିଦିନ ସକାଳୁ ଘରୁ ବାହାରି ଯାଇ ବୁଲି ବୁଲି ଗାତ ଗାଆନ୍ତି । ଆଉ ଯିଏ ଯାହା ଖୁସିରେ ଦିଏ ସେଥିରେ ଚଳି ଯାଆନ୍ତି ସୁଦାମ। ନିଜର ଏହି କଳା ପାଇଁ ଅନେକ ଯାଗାରୁ ପୁରସ୍କୃତ ହେବା ସହ ମାନପତ୍ର ମଧ୍ୟ ପାଇଛନ୍ତି ସୁଦାମ। କଳା ଆଗରେ ସତେ ଯେମିତି ହାର ମାନିଛି ତାଙ୍କର ଶାରୀରିକ ଅକ୍ଷମତା।

ସେହିପରି ଆଉ ଜଣେ ଦିବ୍ୟାଙ୍ଗ କଳାକାର ହେଉଛନ୍ତି ତିହିଡି ବ୍ଳକର ଶ୍ରୀଧର ମହାଳିକ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ଗୀତକୁ ଶୁଣି ମନେ ରଖନ୍ତି, ଆଉ ନିଜେ ତାଳ ଛନ୍ଦ ପକାଇ ଗୀତ ଗାଆନ୍ତି। ଖାଲି ସେତିକି ନୁହେଁ, ବହୁ ଅର୍କେଷ୍ଟା ଓ ଷ୍ଟେଜ୍ ସୋ’ରେ ମଧ୍ୟ ଗୀତଗାଇ ପୁରସ୍କୃତ ହୋଇଛନ୍ତି ଶ୍ରୀଧର। ଗୀତ ଗାଇ ଯାହା ଦୁଇପଇସା ମିଳେ ଏବଂ ଘରେ ଥିବା ଛୋଟିଆ ଦୋକାନରୁ ପତ୍ନୀ ଯାହା ରୋଜଗାର କରନ୍ତି ସେଥିରେ ନିଜର ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇ ନିଅନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ କେବେ ଦୁଃଖ ପ୍ରକାଶ କରିନାହାନ୍ତି ଶ୍ରୀଧର।

 

Related story