ଭକ୍ତଙ୍କ ଭିତରେ ଅଲୌକିକ ଚର୍ଚ୍ଚା: କିଏ କହୁଛି ଯାଞ୍ଚକାରୀ ଆହତ ହେଲେ, ପୁଣି ସେଇଥିପାଇଁ ଝଡ଼ବର୍ଷା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଢ଼ଗଟିଏ ଅଛି- ବହୁ ଆଡ଼ମ୍ବରେ ଲଘୁ କ୍ରିୟା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଘଟଣା ପାଇଁ ଏହି ଧାଡ଼ିଟି ପୂରା ପ୍ରଯୁଜ୍ୟ। ରତ୍ନଭଣ୍ଡାର ଖୋଲିବ ଖୋଲିବ ବୋଲି ଏତେ ହୋହଲ୍ଲା ହେଲା, ଦେଖିଲା ବେଳକୁ କ’ଣ ନିଷ୍କର୍ଷ ବାହାରିଲା ତାହା କେହି ଜାଣି ପାରିଲେ ନାହିଁ। କଥାଟାକୁ କିଛି ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କଲାପରେ କିଛି ଉଚିତ ନିଷ୍କର୍ଷ ବାହାରିଲା। କିଛି କିଛି ସେମାନଙ୍କ ସୁନ୍ଦର ମତ ରଖିଲେ। ଜଣେ କହିଲେ, ତାଙ୍କ […]

111

Ordigital Desk
  • Published: Wednesday, 04 April 2018
  • , Updated: 04 April 2018, 11:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଢ଼ଗଟିଏ ଅଛି- ବହୁ ଆଡ଼ମ୍ବରେ ଲଘୁ କ୍ରିୟା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଘଟଣା ପାଇଁ ଏହି ଧାଡ଼ିଟି ପୂରା ପ୍ରଯୁଜ୍ୟ। ରତ୍ନଭଣ୍ଡାର ଖୋଲିବ ଖୋଲିବ ବୋଲି ଏତେ ହୋହଲ୍ଲା ହେଲା, ଦେଖିଲା ବେଳକୁ କ’ଣ ନିଷ୍କର୍ଷ ବାହାରିଲା ତାହା କେହି ଜାଣି ପାରିଲେ ନାହିଁ। କଥାଟାକୁ କିଛି ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା କଲାପରେ କିଛି ଉଚିତ ନିଷ୍କର୍ଷ ବାହାରିଲା। କିଛି କିଛି ସେମାନଙ୍କ ସୁନ୍ଦର ମତ ରଖିଲେ।

ଜଣେ କହିଲେ, ତାଙ୍କ ଗାଁରେ ଜଣେ ରାଜମିସ୍ତ୍ରୀ ଅଛନ୍ତି। ତାଙ୍କ ନାଁ ନାଳୁଆ। ସେ ନାଳୁଆ ମିସ୍ତ୍ରୀ ଭାବରେ ଖୁବ୍ ପରିଚିତ। ତାଙ୍କ ଗାଁର ବହୁ କୋଠାଘର ନାଳୁଆ ମିସ୍ତ୍ରୀ ତିଆରି କରିଛନ୍ତି। ତାଙ୍କ କହିବା କଥା, ରତ୍ନଭଣ୍ଡାର ଛାତ ଓ କାନ୍ଥରେ ଫାଟ ଅଛି କି ନାହିଁ, ତାହା ହିଁ ତ ସରକାର ଯାଞ୍ଚ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। ସେତକ କାମ ପାଇଁ ୧୭ ଜଣ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରିବା କ’ଣ ଜରୁରି ଥିଲା? ଭଦ୍ରଲୋକଙ୍କର କହିବା କଥା ଥିଲା, ଏ କାମ ଏକା ନାଳୁଆ ମିସ୍ତ୍ରୀକୁ ନିଅଣ୍ଟ ପଡ଼ିଥାନ୍ତା। ନାଳୁଆ ମିସ୍ତ୍ରୀ ଆପଣଙ୍କ ଘର ଦେଖୁଦେଖୁ କହିଦେବ, କୋଉଠି ପଲସ୍ତରା ଫାଟିଛି କିମ୍ବା କେଉଁଠି ବିମ୍ ଢଳେଇ ଫାଟିଛି। ତେଣୁ କାନ୍ଥ ଓ ଛାତର ଅବସ୍ଥା ଦେଖିବାକୁ ତ କେବଳ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞଙ୍କୁ ନେଇ ଯାଇଥିଲେ, ସେ ହିଁ ଯାଞ୍ଚ କରି ସବୁ କ୍ଲିଅର ହୋଇ ଫେରିଥାନ୍ତେ। ତାଙ୍କ ସହ ଅତି ଜୋରରେ ଆଉ ଦୁଇ ତିନିଜଣ ଯାଇଥିଲେ ଭଲ ହୋଇଥାନ୍ତା।

 ଓଡ଼ିଆରେ ଆଉଏକ ଢ଼ଗ ଅଛି- ଏଇ କଥାକୁ ନାଁ ପେଲିଦେଲି କଲିକତାକୁ। କଥାଟି ଯେତେବଡ଼ ନଥିଲା ତାକୁ ପର୍ବତ ଆକାର କରିଦିଆ ଗଲା। ଲୋକଙ୍କ ଭିତରେ ବି ବହୁତ ଉତ୍କଣ୍ଠା ରହିଲା। ଗଣମାଧ୍ୟମ ବି କାନ୍ଥ ଓ ଛାତକୁ ଛାଡ଼ି ଭଣ୍ଡାର ଭିତରେ କେଉଁ କେଉଁ ଅଳଙ୍କାର ଅଛି ସେ ସଂପର୍କରେ ବେଶୀ ଚର୍ଚ୍ଚା କଲେ। ଲୋକେ ବି ଚାହିଁଲେ ପ୍ରକୃତରେ ରତ୍ନଭଣ୍ଡାରରେ କଣ ଅଛି ସେ ସଂପର୍କରେ ଖବର ଜାଣିବାକୁ। ଏଭଳି ସମୟରେ ଲୋକେ ବି ଚାହିଁଲେ ରତ୍ନଭଣ୍ଡାର ସଂପର୍କରେ ଅଧିକ କୌତୂହଳୀ କଥା ସବୁ ଜାଣିବାକୁ।

ଲୋକେ ରତ୍ନଭଣ୍ଡାର ସଂପର୍କରେ ଅନେକ ଅଲୌକିକ କଥା ଅଛି ବୋଲି ବିଶ୍ୱାସ କରୁଛନ୍ତି। ସତ କଥା କଣ ତାହା କାହାକୁ ଜଣାନାହିଁ। ଏହି ସମୟରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ଯାଞ୍ଚକାରୀଙ୍କ ଭିତରୁ ଜଣେ ଆହତ ହେବା ଘଟଣା ପରେ ଲୋକଙ୍କ ମନରେ ଅଲୌକିକ ଘଟଣାକୁ ନେଇ ବିଶ୍ୱାସ ଶକ୍ତିଶାଳୀ ହୋଇଗଲା। ରତ୍ନଭଣ୍ଡାର ଭିତରକୁ ଗଲେ ଏମିକି ଅଘଟଣ ଘଟିବ ବୋଲି ଲୋକେ ଆଲୋଚନା କରୁଛନ୍ତି। ସେହିପରି ଆଜି ସଂଧ୍ୟାରେ ହୋଇଥିବା ଝଡ଼ପବନ ମଧ୍ୟ ସେହି କାରଣରୁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଏମିତି ବି ଆଲୋଚନା ହେଉଛି ଯେ, ଅଲୌକିକ ଘଟଣା ଘଟିବାର ଆଶଙ୍କାରେ ଯାଞ୍ଚକାରୀମାନେ ଭିତରକୁ ଗଲେନାହିଁ। ଅନ୍ଧବିଶ୍ୱାସୀ ଓଡ଼ିଆଙ୍କ ମନରେ ଏମିତି ନାନା କଥା ଖେଳୁଛି। ବାସ୍ତବତା କିଏ ଜାଣିଛି?

Related story