ସରିଲା ରିମାଣ୍ଡ; ଆଜି ପୋକ୍ସୋ କୋର୍ଟରେ ହାଜର ହେବେ ବହିଷ୍କୃତ ଥାନା ଅଧିକାରୀ

ରାଉରକେଲା(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ଘଟଣାରେ ଗିରଫ ଅଭିଯୁକ୍ତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଗତକାଲି ତାଙ୍କର ୪ ଦିନିଆ ରିମାଣ୍ଡ ଅବଧି ସରିଥିବାରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଆଜି ପୋକ୍ସୋ କୋର୍ଟରେ ହାଜର କରାଯିବ। ପୂର୍ବରୁ ଆନନ୍ଦ ଚନ୍ଦ୍ର ମାଝିଙ୍କୁ  ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଅନୁମତି ମାଗିଥିଲା । ହେଲେ ସୁନ୍ଦରଗଡ଼ର ପୋକ୍ସୋ କୋର୍ଟ ୪ ଦିନ ପାଇଁ ରିମାଣ୍ଡ […]

rourkela-1

Niharika Rout
  • Published: Monday, 06 July 2020
  • , Updated: 06 July 2020, 08:35 AM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ଘଟଣାରେ ଗିରଫ ଅଭିଯୁକ୍ତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଗତକାଲି ତାଙ୍କର ୪ ଦିନିଆ ରିମାଣ୍ଡ ଅବଧି ସରିଥିବାରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଆଜି ପୋକ୍ସୋ କୋର୍ଟରେ ହାଜର କରାଯିବ।

ପୂର୍ବରୁ ଆନନ୍ଦ ଚନ୍ଦ୍ର ମାଝିଙ୍କୁ  ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଅନୁମତି ମାଗିଥିଲା । ହେଲେ ସୁନ୍ଦରଗଡ଼ର ପୋକ୍ସୋ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲା । ଏଣୁ କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ହାଜର କରିବା ସହ ଆହୁରି ରିମାଣ୍ଡରେ ନେବାକୁ ଆବେଦନ କରିପାରେ ।  ତେବେ ୪ ଦିନର ଜେରା ବେଳେ ଘଟଣା ସଂପର୍କରେ କ୍ରାଇମବ୍ରାଞ୍ଚକୁ ବହୁତ କିଛି ତଥ୍ୟ ମିଳିଛି।

ବହିଷ୍କୃତ ଆଇଆଇସି ଆନନ୍ଦ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି।  ଅନୁଗୋଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ଏକ ଜଙ୍ଗଲରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ପୁଲିସ୍ ଡିଜିପି ଅଭୟ ଗତ ବୁଧବାର ନିଲମ୍ବିତ ବୀରମିତ୍ରପୁର ଆଇଆଇସିଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ। ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କ ଆଚରଣକୁ ଲଜ୍ଜାଜନକ ବୋଲି କହିବା ସହ ନାବାଳିକାଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ ବୋଲି କହିଥିଲେ ଡିଜିପି।

ସୂଚନାଥାଉ କି, ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ  ପୁଲିସ୍ ଧରିପାରି ନାହିଁ।

Related story