ବଲାଙ୍ଗିର/ଗୁଣୁପୁର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଓ ଗୁଣୁପୁରରେ ପ୍ରାର୍ଥୀ ତାଲିକାକୁ ନେଇ ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଏହାକୁ ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ବାସୁଦେବ ପତି ତୀବ୍ର ବିରୋଧ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି ବାସୁଦେବ। ସେ କହିଛନ୍ତି, ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା ନିଜ ଭିତରେ ବୁଝାମଣା କରି ନିଜକୁ ସୁହାଇଲା ଭଳି ଲୋକଙ୍କୁ ଟିକେଟ ଦେଉଛନ୍ତି।”
ଅନ୍ୟପକ୍ଷରେ ବାସୁଦେବ ପତିଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲାଙ୍ଗିର ବିଜେପିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ। କାହାର ବ୍ୟକ୍ତିଗତ ମତକୁ ନେଇ ମୁଁ କିଛି କହିପାରିବି ନାହିଁ। ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଦଳ ପାଇଁ ଯେଉଁମାନେ ଦୀର୍ଘ ବର୍ଷ ହେଲା କାମ କରୁଛନ୍ତି ସେମାନେ କାହା କଥାରେ ଭାସି ଯିବେ ନାହିଁ।”
ଏହାର ଜବାବ ରଖିଛନ୍ତି ଶିଶିର। ସେ କହିଛନ୍ତି, “ରାମମୂର୍ତ୍ତି ଏତେ ଲୋକପ୍ରିୟ ଯେ, ୨୦୧୭ ପଞ୍ଚାୟତରେ ତାଙ୍କ ଝିଅ ସମିତିମେମ୍ବରରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଏଥିରୁ ଜାଣିପାରିବେ ସେ କେତେ ଲୋକପ୍ରିୟ ଓ କେତେ ମିଛ କହୁଛନ୍ତି।