ଜଙ୍ଗଲ ଜମିକୁ ନେଇ ୨ ଗାଁ ମୁହାଁମୁହିଁ: ୧୧ ଆହତ
- Published: Tuesday, 12 June 2018
- , Updated: 12 June 2018, 11:33 AM IST
<p>ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜଙ୍ଗଲ ଜମିକୁ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଞ୍ଚଳା ପଞ୍ଚାୟତର ପକନାଗୁଡ଼ା ଓ କରଡ଼ିଗୁଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>
<p>ସୂଚନା ଅନୁସାରେ ପକନାଗୁଡ଼ାବାସୀ କିଛି ଜଙ୍ଗଲ ଜମିକୁ ୨୦ ବର୍ଷ ଧରି ଚାଷ କରି ଆସୁଥିଲେ। ହେଲେ କୌଣସି କାରଣରୁ ଏହି ଜଙ୍ଗଲ ଜମିକୁ ନେଇ କରଡ଼ିଗୁଡ଼ା ଲୋକଙ୍କ ସହ ମାରପିଟ୍‌ ହୋଇଛି। ଫଳରେ ପକନାଗୁଡ଼ାର ୬ଜଣ ଓ କରଡ଼ିଗୁଡ଼ାର ୫ଜଣ ଆହତ ହୋଇଛନ୍ତି।</p>