ଏହି ଜିଲ୍ଲାରୁ ଉଠିଲା ନାଇଟ କର୍ଫ୍ୟୁ

ନବରଙ୍ଗପୁର(ନବଘନ ବିଶୋୟୀ): ରାଜ୍ୟରେ କରୋନା ଲହର ନିଜ କୋପ ଦେଖାଇବା ଆରମ୍ଭ କରୁ କରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାରେ  ଗତ ୨୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ତେବେ ଗତ ୪ ଦିନ ମଧ୍ୟରେ ଜିଲ୍ଲାରେ ସେପରି ସଂକ୍ରମିତ ଚିହ୍ନଟ ନ ହେବାରୁ ଆଜି ନାଇଟ କର୍ଫ୍ୟୁ ସହ ସମସ୍ତ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଜିଲ୍ଲାବାସୀଙ୍କୁ ଅବଗତ କରାଯାଇଛି। […]

night curfew

Niharika Rout
  • Published: Sunday, 28 March 2021
  • , Updated: 28 March 2021, 12:12 PM IST

ନବରଙ୍ଗପୁର(ନବଘନ ବିଶୋୟୀ): ରାଜ୍ୟରେ କରୋନା ଲହର ନିଜ କୋପ ଦେଖାଇବା ଆରମ୍ଭ କରୁ କରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାରେ  ଗତ ୨୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ତେବେ ଗତ ୪ ଦିନ ମଧ୍ୟରେ ଜିଲ୍ଲାରେ ସେପରି ସଂକ୍ରମିତ ଚିହ୍ନଟ ନ ହେବାରୁ ଆଜି ନାଇଟ କର୍ଫ୍ୟୁ ସହ ସମସ୍ତ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ଜିଲ୍ଲାବାସୀଙ୍କୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ଆଜି ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ପଜିଟିଭ ଚିହ୍ନଟ ହୋଇ ନ ଥିବା ବେଳେ ଗତକାଲି ଜଣେ ଓ ୨୪ ତାରିଖରେ ଜଣେ ଚିହ୍ନଟ ହୋଇଥିଲେ। ଏହାପରେ ପରିସ୍ଥିତି ଅନୁଧ୍ୟାନ କରି ନାଇଟ କର୍ଫ୍ୟୁ ଉଠାଇ ଦେଇଛି ଜିଲ୍ଲା ପ୍ରଶାସନ।

ଗତ ୨୫ ତାରିଖରୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ ୧୪୪ ଧାରା ଲାଗୁ ହୋଇଥିଲା। ।  ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା।  ଏହି ଅବଧି ମଧ୍ୟରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଥିଲା।

ତେବେ ମେଡିକାଲ ଦୋକାନ, ପାଥୋଲୋଜି, କ୍ଲିନିକ, ଭେଟେନାରୀ ହସ୍ପିଟାଲ, ପେଟ୍ରୋଲ ପମ୍ପ, ଏଲପିଜି ଷ୍ଟୋର, ପେଟ୍ରୋଲିୟମ ଓ ଗ୍ୟାସ ରିଟେଲର ଦୋକାନ ଏବଂ ଲଜିଂ ଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ ନାଇଟ୍ କର୍ଫ୍ୟୁ ସମୟରେ ଜିଲ୍ଲାର କୌଣସି ସ୍ଥାନରେ ୫ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଅନାବଶ୍ୟକ ସମାବେଶ, ସମସ୍ତ ପ୍ରକାର ସେମିନାର,ୱାର୍କସପ୍ ଓ ସମ୍ମିଳନୀକୁ ବାତିଲ କରାଯାଇଥିଲା। ବରଯାତ୍ରୀ ଶୋଭଯାତ୍ରା, ଅପେରା ଓ ଅନ୍ୟ କୌଣସି ଉତ୍ସବ ଆୟୋଜନ ଉପରେ ରୋକ ଲଗାଯାଇଥିଲା।    କୌଣସି ପ୍ରକାରର ରାଜନୀତିକ ରାଲି  ଓ ସମାବେଶକୁ ମଧ୍ୟ ମନା କରାଯାଇଥିଲା। କଲ୍ୟାଣମଣ୍ଡପରେ କୌଣସି ପ୍ରକାରର ସମାବେଶ ଉପରେ କଟକଣା ଜାରି ହୋଇଥିଲା। ସମସ୍ତ ହୋଟେଲଗୁଡ଼ିକରେ ସାନିଟାଇଜେସନ ଓ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ।

ଏହି ନାଇଟକର୍ଫ୍ୟୁ ପରସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ତହସିଲଦାର ଓ ପୁଲିସ ଥାନା ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related story