ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି: ଖଣିମନ୍ତ୍ରୀ

ଭୁବନେଶ୍ୱର: ସଂଶୋଧିତ ଏମ୍ଏମଡିଆର ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ରାଜ୍ୟରେ ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖଣି ବିଭାଗ ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ୍ ରୁଲସ୍ ପ୍ରସ୍ତୁତ କରି ଏହାର ତର୍ଜମା ପାଇଁ ଆଇନ ବିଭାଗକୁ ପଠାଇଛି। ଆଇନ ବିଭାଗର ଅନୁମୋଦନ ପରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।  ଏହି ରୁଲସ୍ ଅନୁସାରେ, ମାଇନିଂରେ ପ୍ରଭାବିତ ଜିଲ୍ଲା ପାଇଁ ରାଜ୍ୟ ସରକାର ଏକ ଗଭର୍ଣିଂ […]

PrafullaMallick

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 04:29 PM IST

ଭୁବନେଶ୍ୱର: ସଂଶୋଧିତ ଏମ୍ଏମଡିଆର ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ରାଜ୍ୟରେ ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖଣି ବିଭାଗ ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ୍ ରୁଲସ୍ ପ୍ରସ୍ତୁତ କରି ଏହାର ତର୍ଜମା ପାଇଁ ଆଇନ ବିଭାଗକୁ ପଠାଇଛି। ଆଇନ ବିଭାଗର ଅନୁମୋଦନ ପରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।  ଏହି ରୁଲସ୍ ଅନୁସାରେ, ମାଇନିଂରେ ପ୍ରଭାବିତ ଜିଲ୍ଲା ପାଇଁ ରାଜ୍ୟ ସରକାର ଏକ ଗଭର୍ଣିଂ ବଡି ଗଠନ କରିବେ, ଯାହାକୁ ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ କୁହାଯିବ। ମାଇନିଂ ଦ୍ୱାରା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ କିମ୍ୱା ଆରଡିସି ଏହାର ଚେୟାରମ୍ୟାନ ରହିବେ। ସେହିପରି ସ୍ଥାନୀୟ ବିଧାୟକ, ସାଂସଦ, ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ଏହି ଫ।ଉଣ୍ଡେସନର ସଦସ୍ୟ ରହିବେ। ସଂପୃକ୍ତ ଜିଲ୍ଲାର ଖଣି ଅଂଚଳର ଲୋକଙ୍କ ସ୍ୱାର୍ଥ ଓ ଉନ୍ନତି ସାଙ୍ଗକୁ ଶିକ୍ଷା ,ଭିତ୍ତିଭୂମି, ଏବଂ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଏହି ଫ।ଉଣ୍ଡେସନ୍ କାର୍ଯ୍ୟ କରିବ। ଯାହାର କାର୍ଯ୍ୟଶୈଳୀ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ।

Related story