ଲଗାମଛଡ଼ା ହୋଇ ବଜାଉଥିଲେ ଡିଜେ, ବନ୍ଧା ହେଲେ ମାଲିକ ଓ ଡ୍ରାଇଭର

କାମାକ୍ଷାନଗର(ବିଦ୍ୟାଧର ବରାଳ): କାର୍ତ୍ତିକେଶ୍ୱର ଭଷାଣିରେ ଅଧିକ ସାଉଣ୍ଡର ଡିଜେ ଲଗାଇ ମଜା ନେଉଥିଲେ ଦର୍ଶକ। ହେଲେ ଏପରି କରି ବନ୍ଧା ହେଲେ ଡିଜେ ମାଲିକ ଓ ଡ୍ରାଇଭର।  ଏ ଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅଞ୍ଚଳରେ । ଗିରଫ ଡିଜେ ମାଲିକ କଟକ ବଡମ୍ବା ଅଞ୍ଚଳର ସନ୍ତୋଷ କୁମାର ବେହେରା ଏବଂ ଗାଡି ଚାଳକ ବଡମ୍ବା ବନମାଳୀପୁର ଗାଁର ଚିନ୍ତାମଣି ବେଜ୍ । ବିନା ଅନୁମତିରେ ଉଚ୍ଚ ଶବ୍ଦ ସହ ଭାଇବ୍ରେଟର […]

pic

  • Published: Thursday, 17 November 2022
  • , Updated: 17 November 2022, 12:55 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): କାର୍ତ୍ତିକେଶ୍ୱର ଭଷାଣିରେ ଅଧିକ ସାଉଣ୍ଡର ଡିଜେ ଲଗାଇ ମଜା ନେଉଥିଲେ ଦର୍ଶକ। ହେଲେ ଏପରି କରି ବନ୍ଧା ହେଲେ ଡିଜେ ମାଲିକ ଓ ଡ୍ରାଇଭର।  ଏ ଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅଞ୍ଚଳରେ । ଗିରଫ ଡିଜେ ମାଲିକ କଟକ ବଡମ୍ବା ଅଞ୍ଚଳର ସନ୍ତୋଷ କୁମାର ବେହେରା ଏବଂ ଗାଡି ଚାଳକ ବଡମ୍ବା ବନମାଳୀପୁର ଗାଁର ଚିନ୍ତାମଣି ବେଜ୍ ।

ବିନା ଅନୁମତିରେ ଉଚ୍ଚ ଶବ୍ଦ ସହ ଭାଇବ୍ରେଟର ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ୁଥିବା ସହ ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ।  ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଭୁବନ ପୁଲିସ ତୁରନ୍ତ ଆକ୍ସନ ମୁଡକୁ ପଳାଇ ଆସିଥିଲା। ଏହାପରେ ପୁଲିସ୍‌ ତତ୍‌କ୍ଷଣାତ ଡିଜେ ଗାଡିକୁ ଜବତ କରିବା ସହ ମାଲିକ ଓ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଅଧିକ ସାଉଣ୍ଡର ଡିଜେ ଶବ୍ଦ ଯୋଗୁଁ ଅଞ୍ଚଳରେ ପ୍ରଦୂଷଣ ବଢିବା ସହ  ମୁଖ୍ୟତଃ ହୃଦରୋଗୀଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି  ଭୁବନ ପୁଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।

Related story