ନିଜେ ମନ୍ତ୍ରୀ ବି ଯାତାୟାତ କରୁଛନ୍ତି, କିନ୍ତୁ ରାସ୍ତାଟି ପାଲଟିଛି ମରଣଯନ୍ତା

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ସରକାର ଟଙ୍କା ଦେଉଛନ୍ତି। ଖର୍ଚ୍ଚ ହେଉଛି। କିନ୍ତୁ ଇଂଜିନିୟରଙ୍କ ଭୁଲ୍ ଯୋଜନା ଯୋଗୁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା। ଏହାର ଏକ ଉଦାହରଣ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପୁର୍ତ୍ତ ବିଭାଗ ରାସ୍ତା ମଝିରେ ରେକୁଳା ନିକଟରେ ଥିବା ରେଳ ବିଭାଗର ପୋଲ। ଏହି ପୋଲ ତଳ ରାସ୍ତା ଏବେ ପାଲଟିଛି ମରଣଯନ୍ତା। ଅସରାଏ ବର୍ଷାରେ ଏଠି ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଫଳରେ ଯାତାୟତରେ […]

a64a5e4e-2f03-4424-befd-429dec82919d

Ordigital Desk
  • Published: Thursday, 17 May 2018
  • , Updated: 17 May 2018, 07:34 PM IST

କାମାକ୍ଷାନଗର (ରାକେଶ କୁମାର ଦେହୁରୀ): ସରକାର ଟଙ୍କା ଦେଉଛନ୍ତି। ଖର୍ଚ୍ଚ ହେଉଛି। କିନ୍ତୁ ଇଂଜିନିୟରଙ୍କ ଭୁଲ୍ ଯୋଜନା ଯୋଗୁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା। ଏହାର ଏକ ଉଦାହରଣ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପୁର୍ତ୍ତ ବିଭାଗ ରାସ୍ତା ମଝିରେ ରେକୁଳା ନିକଟରେ ଥିବା ରେଳ ବିଭାଗର ପୋଲ।

ଏହି ପୋଲ ତଳ ରାସ୍ତା ଏବେ ପାଲଟିଛି ମରଣଯନ୍ତା। ଅସରାଏ ବର୍ଷାରେ ଏଠି ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଫଳରେ ଯାତାୟତରେ ଅନେକ ଅସୁବିଧା ଭୋଗୁଛନ୍ତି ଲୋକମାନେ। ଏହି ରାସ୍ତାରେ ଖାଲଖମା ଭର୍ତ୍ତି ହୋଇ ରହିଛି। ଏହାର ମରାମତି କରାଯାଉ ନାହିଁ। ତେଣୁ ଅଦିନିଆ କାଳବୈଶାଖୀ ବର୍ଷାରେ ରାସ୍ତାଟି ଲୋକଙ୍କୁ ବେହାଲ କରୁଛି। ରାସ୍ତାରେ ଥିବା ଖାଲଖମା ଜଣା ପଡୁନାହିଁ। ଫଳରେ ଏଠାରେ ଦୁର୍ଘଟଣା ଘଟିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି।

ଏହା ହେଉଛି ଜିଲ୍ଲା ସଦର ମହକୁମାକୁ ମୁଖ୍ୟ ରାସ୍ତା। ଏହା ଉପରେ ଦୈନିକ ଶହ ଶହ ଯାନବାହନ ଯାତାୟାତ କରୁଛନ୍ତି। ଏହି ରାସ୍ତା ଉପର ଦେଇ ନିଜେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ ମଧ୍ୟ ଯାତାୟତ କରୁଥିବା ବେଳେ ଏଥିପ୍ରତି କାହାରି ଦ୍ରୁଷ୍ଟି ନପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୁରନ୍ତ ଏହାର ମରାମତି କରିବାକୁ ଦାବି ହୋଇଛି। ଏହି ଖବର ବିଷୟରେ କାମାକ୍ଷାନଗର ତହସିଲଦାର ସରୋଜ କୁମାର ସ୍ଵାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଅ।ମଠାରୁ ଏହି ଖବର ପାଇଲେ, ବିଭାଗୀୟ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ।

Related story