ନୂଆବର୍ଷରେ ନୂଆ ନିୟମ: ଇ-ଫର୍ମାଟ୍‌ରେ ମିଳିବ DL ଓ RC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ଏବଂ ପେପର ଡକ୍ୟୁମେଣ୍ଟ ଯୁଗ। ନୂଆବର୍ଷରୁ ସଫ୍ଟ କପିରେ ମିଳିବ ଡ୍ରାଇଭିଂ ଲାଇସେନ୍ସ। ପୋର୍ଟାଲ ଓ ଆପ୍‌ରୁ ଡାଉନ୍‌ଲୋଡ୍‌ କରି ମୋବାଇଲରେ ରଖିପାରିବେ ଲୋକେ। ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ପ୍ରିଣ୍ଟ ମଧ୍ୟ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍‌ ଲିମିଟେଡ୍‌ ସହ ରାଜ୍ୟ ସରକାରଙ୍କ ଚୁକ୍ତି ଶେଷ ହୋଇଛି। ଏହା ପରେ ସରକାର […]

DL

DL

Manoranjan Sial
  • Published: Friday, 31 December 2021
  • Updated: 31 December 2021, 08:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ଏବଂ ପେପର ଡକ୍ୟୁମେଣ୍ଟ ଯୁଗ। ନୂଆବର୍ଷରୁ ସଫ୍ଟ କପିରେ ମିଳିବ ଡ୍ରାଇଭିଂ ଲାଇସେନ୍ସ। ପୋର୍ଟାଲ ଓ ଆପ୍‌ରୁ ଡାଉନ୍‌ଲୋଡ୍‌ କରି ମୋବାଇଲରେ ରଖିପାରିବେ ଲୋକେ। ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ପ୍ରିଣ୍ଟ ମଧ୍ୟ କରିପାରିବେ।

ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍‌ ଲିମିଟେଡ୍‌ ସହ ରାଜ୍ୟ ସରକାରଙ୍କ ଚୁକ୍ତି ଶେଷ ହୋଇଛି। ଏହା ପରେ ସରକାର ଇ-ଫର୍ମାଟକୁ ଆପଣାଇଛନ୍ତି। ନୂଅବର୍ଷରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ। ଆସନ୍ତାକାଲିଠାରୁ ଇ-ଫର୍ମାଟ୍‌ରେ ମିଳିବ DL ଓ RC। ପୂର୍ବ ପରି ଆଉ ଜାରି ହେବନି ସ୍ମାର୍ଟକାର୍ଡ ଓ ପେପର ଡକ୍ୟୁମେଣ୍ଟ ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ। ଏନେଇ ଡିସେମ୍ବର ୨୧ରୁ ବିଜ୍ଞପ୍ତି ଜାରି କରି ସାରିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ତେବେ ପୂର୍ବରୁ ଯେଉଁ ସ୍ମାର୍ଟକାର୍ଡ ଓ କାଗଜ DL ଓ RC ଜାରି ହୋଇ ସାରିଛି ତାହା ମଧ୍ୟ ବୈଧ ରହିବ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି।

ସେପଟେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦଲାଲଙ୍କ ଉପରେ ରୋକ ଲଗାଇବା ପାଇଁ ଏହି ନୂଆ ବ୍ୟବସ୍ଥା ହୋଇଛି।

ସେହିପରି ବାଣିଜ୍ୟ ଓ ପରବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି, ନୂଆ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଆଉ ବାରମ୍ବାର ଆର୍‌ଟିଓ ଅଫିସ୍‌ ଦୌଡିବାକୁ ପଡ଼ିବନି। ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନାହିଁ। DL ଓ RC ବାବଦରେ ସ୍ମାର୍ଟକାର୍ଡ ଓ ପେପର ଡକ୍ୟୁମେଣ୍ଟ ଲାଗି ପୂର୍ବରୁ ୨୫୦ରୁ ୨୮୦ ଟଙ୍କା ଦେବାକୁ ପଡୁଥିଲା। ହେଲେ ଏବେ କିନ୍ତୁ ଲୋକଙ୍କୁ କେବଳ ସଫ୍ଟୱେୟାର ଖର୍ଚ୍ଚ ବାବଦରେ ମାତ୍ର ୧୪୦ ଟଙ୍କା ଦେବାକୁ ପଡ଼ିବ। ଲୋକମାନେ ଚାହିଁଲେ ଇ-ଫର୍ମାଟ୍‌ରେ ସହଜରେ ଓ ଯେ କୌଣସି ସମୟରେ DL ଓ RC ଡାଉନ୍‌ଲୋଡ୍‌ କରିପାରିବେ। ଅପରପକ୍ଷରେ ରାଜ୍ୟ ସରକାରଙ୍କୁ ପୂର୍ବ ତୁଳନାରେ ବାର୍ଷିକ ୨ରୁ ଅଢ଼େଇ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିବ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।

https://www.youtube.com/watch?v=2rJCZxhelqw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos