ଦୋ’ ଛକିରେ ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର:  ଦୋ’ଛକିରେ ପଡିଛି କ୍ଷୁଦ୍ର ଓ ପ୍ରକୃତ ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ ପ୍ରକ୍ରିୟା। କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରି ପ୍ରଥମେ ଟଙ୍କା ଫେରାଇବାକୁ ୫ ମାସ ତଳେ ଅର୍ଥ ବିଭାଗ ଜାରି କରିଥିବା ଗାଇଡଲାଇନ୍ରେ ବ୍ରେକ୍ ଲାଗିଛି। ଚିହ୍ନଟ ପାଇଁ ଏଡିଏମ୍‌ଙ୍କ ପାଖରେ ହେବାକୁ ଥିବା  ଅନଲାଇନରେ ଆବେଦନ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେଣୁ ପ୍ରକୃତ ଜମାକାରୀ କେବେ ଟଙ୍କା ଫେରିପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ଜମାକାରୀ ଚିହ୍ନଟ […]

chit-fund

Rakesh Mallick
  • Published: Tuesday, 23 February 2016
  • , Updated: 23 February 2016, 05:39 PM IST

ଭୁବନେଶ୍ୱର:  ଦୋ’ଛକିରେ ପଡିଛି କ୍ଷୁଦ୍ର ଓ ପ୍ରକୃତ ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ ପ୍ରକ୍ରିୟା। କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରି ପ୍ରଥମେ ଟଙ୍କା ଫେରାଇବାକୁ ୫ ମାସ ତଳେ ଅର୍ଥ ବିଭାଗ ଜାରି କରିଥିବା ଗାଇଡଲାଇନ୍ରେ ବ୍ରେକ୍ ଲାଗିଛି। ଚିହ୍ନଟ ପାଇଁ ଏଡିଏମ୍‌ଙ୍କ ପାଖରେ ହେବାକୁ ଥିବା  ଅନଲାଇନରେ ଆବେଦନ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ତେଣୁ ପ୍ରକୃତ ଜମାକାରୀ କେବେ ଟଙ୍କା ଫେରିପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି।

ଜମାକାରୀ ଚିହ୍ନଟ ପାଇଁ ଗତ ଅକ୍ଟୋବର ୧୬ରେ ଅର୍ଥ ବିଭାଗ ଗାଇଡ୍ ଲାଇନ୍  ଜାରି କରିଥିଲା। ଠକେଇର ଶିକାର ହୋଇଥିବା ଜମାକାରୀ ଏହି ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଏଡିଏମ୍‌ଙ୍କ ପାଖରେ ଆବେଦନ କରିବାକୁ କୁହାଯାଇଥିଲା। ଏହା ମଧ୍ୟରେ ୫ ମାସ ବିତି ଯାଇଥିଲା ମଧ୍ୟ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନି। ଏବେ ସରକାର ପ୍ରକ୍ରିୟା ବିଳମ୍ୱ ହୋଇଥିବା ଉପଲବ୍ଧ କରୁଛନ୍ତି। ସେଥିପାଇଁ ମୁଖ୍ୟ ଶାସନ ସଚିବ ଏହି ମାସ ୮ ତାରିଖରେ ଡ଼ାକିଥିବା ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍‌)କୁ ମାର୍ଚ୍ଚ ୧୫ ଭିତରେ ଅନଲାଇନ ଆବେଦନର ସଫ୍ଟୱେୟାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଜମାକାରୀ ଚିହ୍ନଟ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଜମାକାରୀ ମିଳିତ ମଞ୍ଚ ଅଭିଯୋଗ କରିଛି।

ଗାଇଡ୍‌ ଲାଇନ୍ ଅନୁସାରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ଏହି ତାଲିକାକୁ ଏଡିଏମ୍, କ୍ରାଇମବ୍ରାଞ୍ଚ କିମ୍ୱା ତଦନ୍ତକାରୀ ଅଧିକାରୀଙ୍କ ପାଖକୁ ପଠାଇବେ। ତାଙ୍କ ପାଖରେ  ଥିବା ଡାଟାବେସ୍ ସହ ଏହା ମେଳ କରାଯିବ। ପରେ ଜିଲ୍ଲାପାଳ, ଏସପିଙ୍କ ସହ ଆଲୋଚନା କରି ଏକ ଟିମ୍ ଗଠନ କରିବା ସହ ଜମାକାରୀଙ୍କ ନାଁ, ଗାଁ ଠିକଣା ଯାଞ୍ଚ କରିବେ। ଜମାକାରୀଙ୍କ ତାଲିକା ପଞ୍ଚାୟତ, ଏନ୍‌ଏସି ଓ ମ୍ୟୁନିସିପାଲଟି ଅଫିସରେ ଲଗାଯିବ। ତେବେ ୫ ମାସ ପରେ ବି ଏ ଦିଗରେ କାମ ଆଗକୁ ବଢ଼ି ନ ଥିବାରୁ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଛନ୍ତି।

Related story