ଯୋଡ଼ାମୁଣ୍ଡ ଶିଶୁକୁ ମିଳିବ ନୂଆ ଜୀବନ: ଟାଟାନଗରରେ ଟ୍ରେନ୍‌ରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ ହେବ। ଦେଶର ପ୍ରତିଷ୍ଠିତ ମେଡିକାଲ୍‌ ଏମ୍ସରେ ହେବ ଅପରେସନ। ଅପରେସନ ପରେ ସେମାନଙ୍କ ମୁଣ୍ଡ ଅଲଗା ହେବ। ନୂଆ ଜୀବନ ପାଇବେ ହନି ଓ ସିଂହ। ଏଥିପାଇଁ ସେମାନଙ୍କ ବାପା ଓ ମାଆଙ୍କ ଖୁସିର ଠିକଣା ନାହିଁ। କନ୍ଧମାଳ ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ହନି ଓ ସିଂହଙ୍କ ଅପରେସନ୍‌ ଏମ୍ସରେ ହେବ। ସେମାନେ ଆଜି ରାଜଧାନୀ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ସହିତ ତାଙ୍କ ବାପା ଓ […]

Untitled

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 09:21 PM IST

ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ ହେବ। ଦେଶର ପ୍ରତିଷ୍ଠିତ ମେଡିକାଲ୍‌ ଏମ୍ସରେ ହେବ ଅପରେସନ। ଅପରେସନ ପରେ ସେମାନଙ୍କ ମୁଣ୍ଡ ଅଲଗା ହେବ। ନୂଆ ଜୀବନ ପାଇବେ ହନି ଓ ସିଂହ। ଏଥିପାଇଁ ସେମାନଙ୍କ ବାପା ଓ ମାଆଙ୍କ ଖୁସିର ଠିକଣା ନାହିଁ।

କନ୍ଧମାଳ ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ହନି ଓ ସିଂହଙ୍କ ଅପରେସନ୍‌ ଏମ୍ସରେ ହେବ। ସେମାନେ ଆଜି ରାଜଧାନୀ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ସହିତ ତାଙ୍କ ବାପା ଓ ମାଆ ମଧ୍ୟ ଯାଇଛନ୍ତି। ହନି ଓ ସିଂହଙ୍କ ମାଆ ଓ ବାପା କହିଛନ୍ତି ବଡ଼ ଡାକ୍ତରଙ୍କଠାରୁ ଚିକିତ୍ସା ମିଳିଲେ ଆମ ପିଲା ଭଲ ହୋଇଯିବ। ତେବେ ଟ୍ରେନ୍‌ ଟାଟାନଗର ଷ୍ଟେସନ୍‌ରେ ପହଞ୍ଚିବା ପରେ ସେଠାରେ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଦୁଇ ଜଣ ଡାକ୍ତର ଆସି ହନି ଓ ସିଂହଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ନେଇ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି।

ଚିକିତ୍ସା ପାଇଁ ହନି ଓ ସିଂହ ଦିଲ୍ଲୀ ଯାଉଛନ୍ତି। ଏକଥା ଗଣମାଧ୍ୟମରୁ ଜାଣିବା ପରେ ଦୁଇ ଭାଇଙ୍କୁ ଦେଖିବା ପାଇଁ ଷ୍ଟେସନ୍‌ରେ ଭିଡ଼ ଜମିଥିଲା। ଭୁବନେଶ୍ୱର ଷ୍ଟେସନରେ କିଏ ସାହାଯ୍ୟର ହାତ ବଢ଼ାଇଥିଲେ। ଏପରିକି କେତେକ ଲୋକ ସାହାଯ୍ୟ ମଧ୍ୟ ଦେଇଥିଲେ।

Related story