ସାମ୍ବାଦିକଙ୍କ ବାଇକ୍‌ରୁ ପମ୍ପ ଖୋଲି କ୍ଷମା ମାଗିଲେ ଡାକ୍ତର

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ସାମ୍ୱାଦିକଙ୍କ ବାଇକ୍‌ ଚକାରୁ ପମ୍ପ ଖୋଲିଦେଲେ ଡାକ୍ତର। ପରେ ଆସି କ୍ଷମା ମାଗିଲେ। ଆଜି ଏପରି କୌତୁଳପୂର୍ଣ୍ଣ ଘଟଣା ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଆଲୋଚନା ବିଷୟ ପାଲଟିଛି। ଓଡ଼ିଶାର ଏକ ପ୍ରତିଷ୍ଠିତ ଖବରକାଗର ସାମ୍ବାଦିକ ଅଶେଷ ନାଥ ମିଶ୍ର ଆଜି ଜଣେ ଆହତଙ୍କୁ ସହାୟତା କରିବା ସହ ଖବର ସଂଗ୍ରହ କରିବାକୁ ଦିଗପହଣ୍ଡି ମେଡିକାଲ୍‌କୁ ଯାଇଥିଲେ। ମେଡିକାଲ୍‌ ଭିତରକୁ ଯିବା ପୂର୍ବରୁ ସେ ପାର୍କିଂ ସ୍ଥଳରେ ଗାଡ଼ି ପାର୍କିଂ କରିଥିଲେ। ତେବେ ବିନା […]

ganjam

Manoranjan Sial
  • Published: Saturday, 13 February 2021
  • , Updated: 13 February 2021, 05:47 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ସାମ୍ୱାଦିକଙ୍କ ବାଇକ୍‌ ଚକାରୁ ପମ୍ପ ଖୋଲିଦେଲେ ଡାକ୍ତର। ପରେ ଆସି କ୍ଷମା ମାଗିଲେ। ଆଜି ଏପରି କୌତୁଳପୂର୍ଣ୍ଣ ଘଟଣା ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଆଲୋଚନା ବିଷୟ ପାଲଟିଛି।

ଓଡ଼ିଶାର ଏକ ପ୍ରତିଷ୍ଠିତ ଖବରକାଗର ସାମ୍ବାଦିକ ଅଶେଷ ନାଥ ମିଶ୍ର ଆଜି ଜଣେ ଆହତଙ୍କୁ ସହାୟତା କରିବା ସହ ଖବର ସଂଗ୍ରହ କରିବାକୁ ଦିଗପହଣ୍ଡି ମେଡିକାଲ୍‌କୁ ଯାଇଥିଲେ। ମେଡିକାଲ୍‌ ଭିତରକୁ ଯିବା ପୂର୍ବରୁ ସେ ପାର୍କିଂ ସ୍ଥଳରେ ଗାଡ଼ି ପାର୍କିଂ କରିଥିଲେ। ତେବେ ବିନା କାରଣରେ ଦିଗପହଣ୍ଡି ମେଡିକାଲର ଜଣେ ଡାକ୍ତର ତାଙ୍କ ବାଇକ୍‌ ଟାୟାର ପମ୍ପଚର କରିଦେଇଥିଲେ।

ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ଅଶେଷ ପ୍ରତିବାଦ କରିଥିଲେ। ମାତ୍ର ଡାକ୍ତର ମହାଶୟ ଶୁଣିନଥିଲେ। ଡାକ୍ତରଙ୍କ ଏପରି କାର୍ଯ୍ୟ ବିରୋଧରେ ଅଶେଷ ମେଡିକାଲ ପରିସରରେ ଧାରଣାରେ ବସିଥିଲେ। ଲୋକଙ୍କ ଭିଡ଼ ଦେଖି ଡାକ୍ତର ଧାରଣାସ୍ଥଳକୁ ଆସି ତାଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି। ମାତ୍ର କେଉଁ କାରଣରୁ ବାଇକ୍‌ ପମ୍ପ ଖୋଲିଥିଲେ, ତାହା ଜଣାପଡ଼ି ନାହିଁ। ଆଜି ଏଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।

Related story