ଅପରେସନ୍‌ କରୁଥିବା ବେଳେ ଅଚେତ ହୋଇଗଲେ ଡାକ୍ତର

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଡାକ୍ତର ହେଲେ ରୋଗୀ। ଅପରେସନ୍‌ ଥିଏଟର(ଓଟି)ରେ ଅପରେସନ୍‌ କରୁଥିବା ବେଳେ ଅଚେତ ହୋଇଗଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟିଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କୁ ଅପରେସନ୍‌ କରିବା ପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଗିରିଜାଶଙ୍କର ଦାସ ଥିଏଟରକୁ ନେଇଥିଲେ। ସାଥୀରେ ଥିଲେ ନର୍ସ ଓ କମ୍ପାଉଣ୍ଡର। ଅପରେସନ୍‌ କରୁଥିବା […]

doctor senceless in balasore district medical hospital

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 03:35 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଡାକ୍ତର ହେଲେ ରୋଗୀ। ଅପରେସନ୍‌ ଥିଏଟର(ଓଟି)ରେ ଅପରେସନ୍‌ କରୁଥିବା ବେଳେ ଅଚେତ ହୋଇଗଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟିଥିବା ଜଣାପଡ଼ିଛି।

ବାଲେଶ୍ୱର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କୁ ଅପରେସନ୍‌ କରିବା ପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଗିରିଜାଶଙ୍କର ଦାସ ଥିଏଟରକୁ ନେଇଥିଲେ। ସାଥୀରେ ଥିଲେ ନର୍ସ ଓ କମ୍ପାଉଣ୍ଡର। ଅପରେସନ୍‌ କରୁଥିବା ବେଳେ ସେ ହଠାତ ଅଚେତ ହୋଇପଡ଼ି ଯାଇଥିଲେ। ଥିଏଟରରେ ଉପସ୍ଥିତ ଥିବା ନର୍ସ ଓ କମ୍ପାଉଣ୍ଡରମାନେ ତାଙ୍କୁ ବାହାର କରିଆଣିଥିଲେ। ଅନ୍ୟ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ତେବେ ତାଙ୍କର କଣ ହୋଇଛି ସେ ନେଇ କିଛି କୁହାଯାଇ ନାହିଁ। ଉଚ୍ଚ ରକ୍ତ ଚାପ ଯୋଗୁଁ ସେ ଥିଏଟରରେ ଚେତା ହରାଇ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି।

Related story