ଡାକ୍ତରଙ୍କ କରୋନା ରିପୋର୍ଟ‌ ପଜିଟିଭ୍‌, ପରେ ନେଗେଟିଭ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାରେ ଅବସରପ୍ରାପ୍ତ ଡାକ୍ତରଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଡାକ୍ତରଙ୍କ କରୋନା ରିପୋର୍ଟ IGHରେ ପଜିଟିଭ୍‌ ଆସିଥିଲା। ପରେ RMRCରୁ RT-PCR ରିପୋର୍ଟ ନେଗେଟିଭ୍ ଆସିଛି। ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ୩ ସପ୍ତାହ ତଳେ କୋଭିସିଲ୍‌ଡର ୨ଟି ଡୋଜ୍‌ ନେଇଥିଲେ ସମ୍ପୃକ୍ତ ଡାକ୍ତର। RMRCରେ ହୋଇଥିବା ଟେଷ୍ଟରେ ଅଧିକ ଆଣ୍ଟିବଡ଼ି ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ମୂଳ ନମୂନାର ପୁଣି ଥରେ RMRCରେ ଟେଷ୍ଟ ଚାଲିଛି। ପୂର୍ବରୁ ଭିସୁଟ୍ ଛାତ୍ରଙ୍କ କରୋନା […]

igh

Manoranjan Sial
  • Published: Sunday, 07 March 2021
  • , Updated: 07 March 2021, 01:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାରେ ଅବସରପ୍ରାପ୍ତ ଡାକ୍ତରଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଡାକ୍ତରଙ୍କ କରୋନା ରିପୋର୍ଟ IGHରେ ପଜିଟିଭ୍‌ ଆସିଥିଲା। ପରେ RMRCରୁ RT-PCR ରିପୋର୍ଟ ନେଗେଟିଭ୍ ଆସିଛି। ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ୩ ସପ୍ତାହ ତଳେ କୋଭିସିଲ୍‌ଡର ୨ଟି ଡୋଜ୍‌ ନେଇଥିଲେ ସମ୍ପୃକ୍ତ ଡାକ୍ତର। RMRCରେ ହୋଇଥିବା ଟେଷ୍ଟରେ ଅଧିକ ଆଣ୍ଟିବଡ଼ି ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ମୂଳ ନମୂନାର ପୁଣି ଥରେ RMRCରେ ଟେଷ୍ଟ ଚାଲିଛି।

ପୂର୍ବରୁ ଭିସୁଟ୍ ଛାତ୍ରଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଯାହାକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହିତ କିଟ୍‌ ପ୍ରସ୍ତୁତକାରୀ ଦୁଇଟି କମ୍ପାନୀକୁ ଜବତ ତଲବ କରିଥିଲେ। ଆଜି ସେଥିରୁ ଗୋଟିଏ କମ୍ପାନୀ ଓସ୍କାର ମେଡିକେୟାର ଲାଇଭ୍‌ ଡେମୋ ଦେଖାଇଛି। ଭୀମସାର କୋଭିଡ୍‌ ନୋଡାଲ ଅଫିସରଙ୍କ ଉପସ୍ଥିତିରେ କମ୍ପାନୀ ଡେମୋ ଦେଖାଇଛି। ଡେମୋ ଦେଖାଇବା ପରେ ସମସ୍ତ କିଟ୍‌ ଠିକ୍‌ ଥିବା କମ୍ପାନୀ ସ୍ପଷ୍ଟୀକରଣ ଦେଇଛି। କିଟ୍‌ରେ କୌଣସି ସମସ୍ୟା ନଥିବା କମ୍ପାନୀ କହିଛି।

ସେପଟେ ସମଗ୍ର ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୭୫୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୮ ହଜାର ୭୧୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦୦ ମୃତ୍ୟୁ ହୋଇଛି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୧୦ ହଜାର ୭୯୯ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍‌ କେସ ୧,୮୪,୫୨୩ ରହିଛି। ୧,୦୮,୬୮,୫୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story