ହ୍ୱାଟ୍ସଆପ୍‌ରେ ମିଳିବ କରୋନା ପରାମର୍ଶ, ନମ୍ୱର ଜାରି କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ। ସେଥିପାଇଁ ରାଜ୍ୟ ସରକାର ଆଜି ହ୍ୱାଟ୍ସଆପ୍‌ ନମ୍ବର ୯୯୩୭୫ ୬୪୦୬୬ ଜାରି କରିଛନ୍ତି। ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ପ୍ରଶ୍ନ କରିପାରିବେ ଲୋକେ। ହ୍ୱାଟ୍ସଆପ୍‌ରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ। ସୂଚନାରୁ ପ୍ରକାଶ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ୩୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେବେ ଚିନ୍ତାଜନକ କଥା ହେଉଛି, ଆଗ […]

whattap

Manoranjan Sial
  • Published: Friday, 18 September 2020
  • , Updated: 18 September 2020, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ। ସେଥିପାଇଁ ରାଜ୍ୟ ସରକାର ଆଜି ହ୍ୱାଟ୍ସଆପ୍‌ ନମ୍ବର ୯୯୩୭୫ ୬୪୦୬୬ ଜାରି କରିଛନ୍ତି। ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ପ୍ରଶ୍ନ କରିପାରିବେ ଲୋକେ। ହ୍ୱାଟ୍ସଆପ୍‌ରେ ପ୍ରଶ୍ନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ।

ସୂଚନାରୁ ପ୍ରକାଶ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ୩୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେବେ ଚିନ୍ତାଜନକ କଥା ହେଉଛି, ଆଗ ଅପକ୍ଷା ଏବେ ଲୋକାଲ୍‌ କେସ୍‌ ଅଧିକ ଆସୁଛନ୍ତି। ଯାହାକୁ ନେଇ ବିଏମ୍‌ସି ଚିନ୍ତାରେ ପଡ଼ି ଯାଇଛି। ତେବେ କେତେକ ଅମାନିଆଙ୍କ ପାଇଁ ଏପରି ଟ୍ରେଣ୍ଡ ଦେଖା ଦେଉଥିବା ଆଲୋଚନା ହେଉଛି। ସେଥିପାଇଁ ପୁଲିସ ଉପରେ କ୍ଷୁବ୍ଧ ହୋଇଥିଲେ। ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କମିଶନରେଟ୍‌ ପୁଲିସ ଆକ୍ଟିଭ୍‌ ହୋଇଛି। ଗୁରୁବାରଠାରୁ ପୁଲିସ ଛକ୍‌ ଛକ୍‌ରେ ଚେକିଂ କରୁଥିବା ବେଳେ ହାଟ ଓ ବଜାରରେ ଚଢ଼ଉ କରି ଅମାନିଆଙ୍କଠାରୁ ଫାଇନ୍‌ ଆଦାୟ କରିଛି।

କରୋନା ସ୍ଥିତିକୁ ଦେଖିଲେ ବିଏମ୍‌ସି ଅଞ୍ଚଳରେ ଆଜି ସୁଦ୍ଧା ୧୭୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୬୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୨୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story