ଆଖି ପାଇଁ ଯାଇଥିଲେ ,କାନ ପାଇଁ ଲେଖିଦେଲେ ଡାକ୍ତର: ଏବେ ଝିଅର ଆଖି ଖରାପ

ନୟାଗଡ଼ (ଓଡ଼ିଶା ରିପୋର୍ଟର):ଡାକ୍ତରଙ୍କ ଚିକିତ୍ସା ତ୍ରୁଟିରୁ ଗୋଟିଏ ଆଖି ହରାଇଲା ୬ ବର୍ଷର କୁନି ଝିଅ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ। ଦଶପଲ୍ଲା ନଛିପୁର ଗାଁର ଚନ୍ଦ୍ରକାନ୍ତ ଗୋଛାୟତ ତାଙ୍କ ଝିଅ ରିଙ୍କିର ଆଖିରେ ହେଡ୍ କ୍ଲିପ୍ ବାଜି ଲାଲ ପଡିବାରୁ ନୟାଗଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ଝିଅଟିର ଆଖି ଦେଖି ମେଡିସିନ ଲେଖିଥିଲେ। ପ୍ରେସ୍କ୍ରିପସନ୍ ଅନୁଯାୟୀ, ନିରାମୟ କେନ୍ଦ୍ରରୁ ଏକ ଡ୍ରପ୍ ଆଣି କିଭଳି […]

aya-1

Tapas Behera
  • Published: Thursday, 24 October 2019
  • , Updated: 24 October 2019, 08:47 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର):ଡାକ୍ତରଙ୍କ ଚିକିତ୍ସା ତ୍ରୁଟିରୁ ଗୋଟିଏ ଆଖି ହରାଇଲା ୬ ବର୍ଷର କୁନି ଝିଅ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ। ଦଶପଲ୍ଲା ନଛିପୁର ଗାଁର ଚନ୍ଦ୍ରକାନ୍ତ ଗୋଛାୟତ ତାଙ୍କ ଝିଅ ରିଙ୍କିର ଆଖିରେ ହେଡ୍ କ୍ଲିପ୍ ବାଜି ଲାଲ ପଡିବାରୁ ନୟାଗଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ।

ଏଠାରେ ଡାକ୍ତର ଝିଅଟିର ଆଖି ଦେଖି ମେଡିସିନ ଲେଖିଥିଲେ। ପ୍ରେସ୍କ୍ରିପସନ୍ ଅନୁଯାୟୀ, ନିରାମୟ କେନ୍ଦ୍ରରୁ ଏକ ଡ୍ରପ୍ ଆଣି କିଭଳି ବ୍ୟବହାର କରିବେ, ତାହା ମଧ୍ୟ ବୁଝିଥିଲେ ଚନ୍ଦ୍ରକାନ୍ତ। ହେଲେ ଡ୍ରପ୍ ବ୍ୟବହାର ପରେ ଆଖି ଫୁଲିବାରୁ ପରେ ଝିଅକୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲେଖିଥିବା ମେଡିସିନ୍ ଆଖି ନୁହେଁ, ବରଂ କାନ ପାଇଁ ଜଣାପଡ଼ିଥିଲା।

ଏହି ଘଟଣା ପରେ ଝିଅର ଆଖି ଖରାପ ପାଇଁ ଡାକ୍ତରଙ୍କୁ ଦୋଷ ଦେଇଛନ୍ତି ଚନ୍ଦ୍ରକାନ୍ତ। ସେପଟେ ନୟାଗଡ଼ ସିଡିଏମ୍ଓ କହିଛନ୍ତି ପ୍ରେସ୍କ୍ରିପସନ୍ ଦେଖିଲେ ଯାହା କହିବେ।

Related story