ଜଳପ୍ରପାତକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟେସନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ସମସ୍ତ ଜଳପ୍ରପାତକୁ ନେଇ ନିର୍ମାଣ କରାଯିବ ଡକୁମେଣ୍ଟେସନ୍। ଯାହାର ନାଁ ହେଉଛି ‘ଆମ ଝରଣା, ଆମ ଦାୟିତ୍ୱ’। ଏଥିପାଇଁ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଏକ ରୋଡ୍ ଟ୍ରିପରେ ବାହାରିଛନ୍ତି ରାଜ୍ୟର ଚାରି ଜଣ ବନ୍ୟଜନ୍ତୁ ପ୍ରେମୀ। ଏହାକୁ ଉଦ୍‌ଘାଟନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ଏହି ଟିମରେ ୨୨ଟି ଜିଲ୍ଲାର ୨୮ଟି  ଜଳପ୍ରପାତ ବୁଲିବ। ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ଜଳପ୍ରପାତ ସମ୍ପର୍କରେ ସୂଚନା ଦେବେ।

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 11:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ସମସ୍ତ ଜଳପ୍ରପାତକୁ ନେଇ ନିର୍ମାଣ କରାଯିବ ଡକୁମେଣ୍ଟେସନ୍। ଯାହାର ନାଁ ହେଉଛି ‘ଆମ ଝରଣା, ଆମ ଦାୟିତ୍ୱ’। ଏଥିପାଇଁ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଏକ ରୋଡ୍ ଟ୍ରିପରେ ବାହାରିଛନ୍ତି ରାଜ୍ୟର ଚାରି ଜଣ ବନ୍ୟଜନ୍ତୁ ପ୍ରେମୀ। ଏହାକୁ ଉଦ୍‌ଘାଟନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା।

ଏହି ଟିମରେ ୨୨ଟି ଜିଲ୍ଲାର ୨୮ଟି  ଜଳପ୍ରପାତ ବୁଲିବ। ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ଜଳପ୍ରପାତ ସମ୍ପର୍କରେ ସୂଚନା ଦେବେ।

Related story