ବଲାଙ୍ଗିର ସହରବାସୀଙ୍କୁ ବୁଲା କୁକୁର ଚିନ୍ତା

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର ଲୋକଙ୍କ ଚିନ୍ତାର କାରଣ ପାଲଟିଛନ୍ତି ବୁଲା କୁକୁର। ଯେଉଁଠି ଦେଖିବେ ମାଳ ମାଳ କୁକୁର। ଗାଡି ଚଳାଚଳ ବି ସମ୍ଭବ ହେଉନାହିଁ। ବହୁ ସମୟରେ ଏହି ବୁଲା କୁକୁରଙ୍କ ପାଇଁ ଛୋଟମୋଟ ଦୁର୍ଘଟଣା ଘଟିବାର ନଜରି ରହିଛି। ଦିନ ହେଉ କି ରାତି ବୁଲା କୁକୁରଙ୍କ ଆଡ୍ଡା ରାସ୍ତା ଉପରେ ଜମୁଛି। ଏମାନଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି କିଛି ଲାଭ ହେଉନାହିଁ। ବିଭିନ୍ନ ସ୍ୱେଚ୍ଛାସେବୀ […]

d1

Rakesh Mallick
  • Published: Thursday, 12 July 2018
  • , Updated: 12 July 2018, 10:46 PM IST

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରର ଲୋକଙ୍କ ଚିନ୍ତାର କାରଣ ପାଲଟିଛନ୍ତି ବୁଲା କୁକୁର। ଯେଉଁଠି ଦେଖିବେ ମାଳ ମାଳ କୁକୁର। ଗାଡି ଚଳାଚଳ ବି ସମ୍ଭବ ହେଉନାହିଁ। ବହୁ ସମୟରେ ଏହି ବୁଲା କୁକୁରଙ୍କ ପାଇଁ ଛୋଟମୋଟ ଦୁର୍ଘଟଣା ଘଟିବାର ନଜରି ରହିଛି। ଦିନ ହେଉ କି ରାତି ବୁଲା କୁକୁରଙ୍କ ଆଡ୍ଡା ରାସ୍ତା ଉପରେ ଜମୁଛି। ଏମାନଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ବାରମ୍ବାର ଦାବି ହେଉଥିଲେ ବି କିଛି ଲାଭ ହେଉନାହିଁ। ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବିଙ୍କ ପକ୍ଷରୁ ପୌରନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲ୍ଲା ପ୍ରଶାସନକୁ ଏ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି।

ଅନେକ ସମୟରେ ମୁଖ୍ୟ ରାସ୍ତା ଓ ଛକଗୁଡିକରେ କୁକୁର ମେଳି ବାନ୍ଧି ପଡି ରହିଥାନ୍ତି। ରାତିରେ ଏମାନଙ୍କ ପାଇଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଯଦି କୌଣସି କୁକୁର ଦୁର୍ଘଟଣାରେ ମରିଯାଏ ତା’ ମୃତଦେହ ମଧ୍ୟ ଉଠାଇବାକୁ ପୌର ପ୍ରଶାସନ ପଦକ୍ଷେପ ନେଇ ନଥାଏ। ଫଳରେ ରାସ୍ତାରେ ମୃତଦେହ ପଚି ନାହିଁ ନଥିବା ସମସ୍ୟା ସୃଷ୍ଟି କରିଥାଏ।

Related story