କଲୋନୀ ଛାଡ଼ିଲା ସିଜର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ଥାନା ତପସ୍ୱିନୀ କଲୋନୀରେ ୮ ବର୍ଷର ଶିଶୁକୁ ପୋଷା କୁକୁର ସିଜର କାମୁଡିବା ଘଟଣାକୁ ନେଇ ମହାଭାରତ। ଗୋଟିଏ ପଟେ କୁକୁରକୁ କଲୋନୀରୁ ବାହାର କରିବାକୁ ଅଡି ବସିଥିଲେ ବାସିନ୍ଦା, ଅନ୍ୟପଟେ କୁକୁରକୁ ଛାଡିବାକୁ ନାରାଜ ତାର ମାଲିକ। ୧୦ ଦିନର ଛକାପଂଝା ଭିତରେ ଆଜି କୁକୁରକୁ ପଠାଯାଇଛି ଡଗ୍ କେୟାର ସେଣ୍ଟର। ସେଠାରେ କୁକୁର ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି। ଫଳରେ ଥମିଛି ଉତ୍ତେଜନା, ତଥାପି ମାମଲା ପହଁଚିଛି କୋର୍ଟରେ। […]

sijar

sijar

Niranjan Mishra
  • Published: Wednesday, 16 November 2022
  • Updated: 16 November 2022, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ଥାନା ତପସ୍ୱିନୀ କଲୋନୀରେ ୮ ବର୍ଷର ଶିଶୁକୁ ପୋଷା କୁକୁର ସିଜର କାମୁଡିବା ଘଟଣାକୁ ନେଇ ମହାଭାରତ। ଗୋଟିଏ ପଟେ କୁକୁରକୁ କଲୋନୀରୁ ବାହାର କରିବାକୁ ଅଡି ବସିଥିଲେ ବାସିନ୍ଦା, ଅନ୍ୟପଟେ କୁକୁରକୁ ଛାଡିବାକୁ ନାରାଜ ତାର ମାଲିକ। ୧୦ ଦିନର ଛକାପଂଝା ଭିତରେ ଆଜି କୁକୁରକୁ ପଠାଯାଇଛି ଡଗ୍ କେୟାର ସେଣ୍ଟର। ସେଠାରେ କୁକୁର ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି। ଫଳରେ ଥମିଛି ଉତ୍ତେଜନା, ତଥାପି ମାମଲା ପହଁଚିଛି କୋର୍ଟରେ।

ସିଜରକୁ ପାଖରେ ରଖିବାକୁ ମାଲିକଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ତେଣୁ କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି।

ତେବେ ଆଜି ଦିନ ବେଳେ ସିଜର୍ ପାଇଁ ଉପୁଜିଥିଲା ମହାଭାରତ। ଗୋଟିଏ ପଟେ ଉତ୍ତ୍ୟକ୍ତ କଲୋନୀ ବାସିନ୍ଦା, ଅନ୍ୟପଟେ କୁକୁର ମାଲିକ ଓ ପଶୁପ୍ରେମୀ। ଚାଲିଲା ବାକ୍ ବିତଣ୍ଡା, ଟଣା ଅଟରା। କୁକୁରକୁ ନେଇ କଥା କଟାକଟି ସହ ଉଭୟ ପକ୍ଷ ମଧ୍ୟରେ ଛକାପଂଝା। କଲୋନୀ ଭିତରେ କୁକୁରକୁ ରଖେଇ ନଦେବାକୁ ଅଡି ବସିଥିଲେ ବାସିନ୍ଦା। ଯେମିତି ହେଲେ ବି କୁକୁରକୁ ସେଠାରୁ ବିଦା କରିବାକୁ ନେଇଥିଲେ ନିଷ୍ପତ୍ତି। କଲୋନୀ ବାସିନ୍ଦାଙ୍କ ବ୍ୟାପକ ବିରୋଧ ଭିତରେ ହଟହଟା ହୋଇଥିଲେ ପଶୁପ୍ରେମୀ। କୁକୁରକୁ ଅବୋଧ ବୋଲି ଦର୍ଶାଇ ତା’ ସପକ୍ଷରେ ଯୁକ୍ତି ରଖିଥିଲେ ପଶୁପ୍ରେମୀ ପୂରବୀ ପାତ୍ର।

ପୂର୍ବରୁ ଘଟଣାକୁ ନେଇ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନୁଧ୍ୟାନ ପାଇଁ ପହଁଚିଥିଲା ପୁଲିସ। ଥାନା ସବଇନ୍ସପେକ୍ଟର ଓ ଜଣେ କନଷ୍ଟେବଲ ତପସ୍ୱିନୀ କଲୋନୀରେ ସରଜମିନ ତଦନ୍ତ କରିଥିଲେ। କୁକୁର କେୟାରଟେକର ଏବଂ ପଡୋଶୀଙ୍କୁ ବି ପୁଲିସ ପଚରାଉଚରା କରିଥିଲା। ସେପଟେ କୁକୁର କାମୁଡାରେ ଆହତ ପରିବାର, ପୁଲିସ ପରେ ବିଏମସି ପାଖରେ ମଧ୍ୟ ଫେରାଦ ହୋଇଥିଲେ। କୁକୁରକୁ କଲୋନୀରୁ ବାହାର କରିବାକୁ ବିଏମସି ଆଡୁ ପ୍ରତିଶ୍ରୁତି ବି ମିଳିଥିଲା।

ତେବେ ଛୋଟ ପିଲାଙ୍କୁ ଏଭଳି ଆକ୍ରମଣ କରୁଥିବା କୁକୁର କଲୋନୀରେ ରହିବା ଉଚିତ ନୁହେଁ ବୋଲି ଆହତ ଶିଶୁର ବାପା ଋତୁରାଜ ଖଟୋଇ ଓ ମା’ ସୁଚେତା ମହାନ୍ତି କହିଥିଲେ।

ଇନଫୋସିଟି ଥାନା ଆଇଆଇସି ସମିତା ମିଶ୍ର କହିଛନ୍ତି, ଆଜି ସୁଦ୍ଧା କୁକୁରକୁ କଲୋନୀରୁ ସ୍ଥାନାନ୍ତର କରିବାକୁ ନୋଟିସ୍ ହୋଇଥିଲା। ତେଣୁ କୁକୁରଟି କଲୋନୀ ଛାଡ଼ିଛି। ଆଗକୁ ଏହି କୁକୁରକୁ ନ ଆଣିବାକୁ ମଧ୍ୟ ଚେତାଇ ଦିଆଯାଇଛି।

ସୂଚନା ମୁତାବକ, ନଭେମ୍ବର ୬ ତାରିଖରେ ଏହି କଲୋନୀରେ ସୁଚେତାଙ୍କ ୮ ବର୍ଷର ପୁଅ ଅର୍ଜୁନ ସାଇକେଲ ଚଳାଉଥିବା ବେଳେ କୁକୁର ସିଜର ପାଖରେ ପଡିଯାଇଥିଲା। କୁକୁରଟି ମାଲିକଙ୍କ ହାତରୁ ଖସିଯାଇ ଅର୍ଜୁନ ଉପରେ ଆକ୍ରମଣ କରିଥିଲା ଓ ତାଙ୍କୁ କାମୁଡି ରକ୍ତାକ୍ତ କରିଦେଇଥିଲା। କୁକୁର କବଳରୁ ଅର୍ଜୁନଙ୍କୁ କେୟାରଟେକର ଉଦ୍ଧାର କରିଥିଲେ। ପରେ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା। ଏବେ ତାଙ୍କ ଅବସ୍ଥା ଭଲ ଅଛି। ତେବେ ସେବେଠାରୁ କୁକୁର ଝାମେଲା ଦେଖାଦେଇଛି।

ସିଜର ହେଉଛି ଆମେରିକାନ୍ ଆକିତା ପ୍ରଜାତିର କୁକୁର। ଏହାର ଦାମ୍ ୩୫ ହଜାରରୁ ୫୦ ହଜାର ଟଙ୍କା। ଅନ୍ୟ କୁକୁର ଠାରୁ ଅଧିକ ଆକ୍ଟିଭ୍। ଅଜଣା ଲୋକଙ୍କୁ ଦେଖିଲେ ଚିହିଁକି ଉଠନ୍ତି। ତେବେ ତା’ ମାଲିକଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଏହି ପ୍ରଜାତିର କୁକୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story