ଚିଲିକାରେ ବଢ଼ିଛନ୍ତି ଡଲଫିନ୍‌

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଡଲଫିନ୍&zwnj;। ନିର୍ଦ୍ଦିଷ୍ଟ ଗୋଟିଏ ଅଞ୍ଚଳରେ ନୁହେଁ, ଚିଲିକାର ବିଭିନ୍ନ ପ୍ରାନ୍ତରେ ବର୍ତ୍ତମାନ ଖେଳୁଛନ୍ତି କୌତୁହଳୀ ଇରାୱାଡ଼ି ଡଲଫିନ୍&zwnj;। ଆଉଟର ଚ୍ୟାନେଲରୁ ଆରମ୍ଭ କରି ଚିଲିକାର ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ସବୁଠି ଡଲଫିନ୍&zwnj;ଙ୍କୁ ଦେଖିବାକୁ ମିଳୁଛି। ଶନିବାର ଚିଲିକାର ସ୍ୱାସ୍ଥ୍ୟ ପରିଦର୍ଶନ ସମୟରେ କରାଯାଇଥିବା ଗଣନା ଅନୁସାରେ ଡଲଫିନ୍&zwnj; ସଂଖ୍ୟା ବଢ଼ିଥିବା ସ୍ପଷ୍ଟ ହୋଇଛି। ପୂର୍ବବର୍ଷ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା ସର୍ଭେରେ ୧୩୪ଟି ଡଲଫିନ୍&zwnj; ଥିଲା। ଚଳିତବର୍ଷ ଏହି ସଂଖ୍ୟା ୧୫୫ରେ ପହଞ୍ଚିଛି। କିଛିଦିନ ତଳେ ବନ ବିଭାଗ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ସଂଖ୍ୟା ୧୧୪ ଥିବା ପ୍ରକାଶିତ ହୋଇଥିଲା। ସେହି ସମୟରେ ଘେରି ଅଞ୍ଚଳକୁ ଗଣନାରେ ସାମିଲ କରାଯାଇ ନ ଥିବାରୁ ଏହି ସଂଖ୍ୟା କମ୍ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି।</p> <p>ଘେରିମୁକ୍ତ ଦ୍ୱାରା କେବଳ ଡଲଫିନ୍&zwnj;ଙ୍କ ସଂଖ୍ୟା ବଢ଼ିନାହିଁ। କିଛି ନୂଆ ପ୍ରଜାତିର ଉଦ୍ଭିଦ ଓ ନୂତନ ପ୍ରଜାତିର ମାଛ ମଧ୍ୟ ଠାବ କରାଯାଇଛି। ଚିଲିକାରେ ନୂତନ ପ୍ରଜାତିର ସ୍ପଞ୍ଜ ମଧ୍ୟ ଦୃଷ୍ଟି ଗୋଚର ହୋଇଛି। ଏଭଳି ସୁସ୍ଥ ବାତାବରଣ ପାଇଁ କର୍ତ୍ତୃପକ୍ଷଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଓଡ଼ିଶା ମେରାଇନ୍ ଫିସରିଜ୍ ରେଗୁଲେଟୋରୀ ଆକ୍ଟ-୧୯୮୪ ଅନୁଯାୟୀ ଅଧିକାର ପାଇବା ପରେ କର୍ତ୍ତୃପକ୍ଷ ଗତ ଜୁନରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ। ଯେଉଁଥିରେ ଚିଲିକାର ୧୫୨ ବର୍ଗ କିଲୋମିଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଚିଲିକାରେ ମତ୍ସ୍ୟ ଉତ୍ପାଦନ ମଧ୍ୟ ବଢ଼ିଥିବା କର୍ତ୍ତୃପକ୍ଷ କହିଛନ୍ତି।</p>

Ordigital Desk
  • Published: Sunday, 25 February 2018
  • Updated: 25 February 2018, 09:24 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଡଲଫିନ୍&zwnj;। ନିର୍ଦ୍ଦିଷ୍ଟ ଗୋଟିଏ ଅଞ୍ଚଳରେ ନୁହେଁ, ଚିଲିକାର ବିଭିନ୍ନ ପ୍ରାନ୍ତରେ ବର୍ତ୍ତମାନ ଖେଳୁଛନ୍ତି କୌତୁହଳୀ ଇରାୱାଡ଼ି ଡଲଫିନ୍&zwnj;। ଆଉଟର ଚ୍ୟାନେଲରୁ ଆରମ୍ଭ କରି ଚିଲିକାର ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ସବୁଠି ଡଲଫିନ୍&zwnj;ଙ୍କୁ ଦେଖିବାକୁ ମିଳୁଛି। ଶନିବାର ଚିଲିକାର ସ୍ୱାସ୍ଥ୍ୟ ପରିଦର୍ଶନ ସମୟରେ କରାଯାଇଥିବା ଗଣନା ଅନୁସାରେ ଡଲଫିନ୍&zwnj; ସଂଖ୍ୟା ବଢ଼ିଥିବା ସ୍ପଷ୍ଟ ହୋଇଛି। ପୂର୍ବବର୍ଷ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା ସର୍ଭେରେ ୧୩୪ଟି ଡଲଫିନ୍&zwnj; ଥିଲା। ଚଳିତବର୍ଷ ଏହି ସଂଖ୍ୟା ୧୫୫ରେ ପହଞ୍ଚିଛି। କିଛିଦିନ ତଳେ ବନ ବିଭାଗ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ସଂଖ୍ୟା ୧୧୪ ଥିବା ପ୍ରକାଶିତ ହୋଇଥିଲା। ସେହି ସମୟରେ ଘେରି ଅଞ୍ଚଳକୁ ଗଣନାରେ ସାମିଲ କରାଯାଇ ନ ଥିବାରୁ ଏହି ସଂଖ୍ୟା କମ୍ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି।</p><p>ଘେରିମୁକ୍ତ ଦ୍ୱାରା କେବଳ ଡଲଫିନ୍&zwnj;ଙ୍କ ସଂଖ୍ୟା ବଢ଼ିନାହିଁ। କିଛି ନୂଆ ପ୍ରଜାତିର ଉଦ୍ଭିଦ ଓ ନୂତନ ପ୍ରଜାତିର ମାଛ ମଧ୍ୟ ଠାବ କରାଯାଇଛି। ଚିଲିକାରେ ନୂତନ ପ୍ରଜାତିର ସ୍ପଞ୍ଜ ମଧ୍ୟ ଦୃଷ୍ଟି ଗୋଚର ହୋଇଛି। ଏଭଳି ସୁସ୍ଥ ବାତାବରଣ ପାଇଁ କର୍ତ୍ତୃପକ୍ଷଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଓଡ଼ିଶା ମେରାଇନ୍ ଫିସରିଜ୍ ରେଗୁଲେଟୋରୀ ଆକ୍ଟ-୧୯୮୪ ଅନୁଯାୟୀ ଅଧିକାର ପାଇବା ପରେ କର୍ତ୍ତୃପକ୍ଷ ଗତ ଜୁନରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ। ଯେଉଁଥିରେ ଚିଲିକାର ୧୫୨ ବର୍ଗ କିଲୋମିଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଚିଲିକାରେ ମତ୍ସ୍ୟ ଉତ୍ପାଦନ ମଧ୍ୟ ବଢ଼ିଥିବା କର୍ତ୍ତୃପକ୍ଷ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos