କୋଣାର୍କ(ସଞ୍ଜୟ ପତି): ଶୀତଋତୁ ଆଗମନରେ ପୁରୀ- ଚନ୍ଦ୍ରଭାଗା ସମୁଦ୍ରରେ ଦେଖିବାକୁ ମିଳୁଛି ଡଲଫିନ୍ଙ୍କ ଜଳକ୍ରୀଡ଼ା। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଡଲଫିନ୍ ଚନ୍ଦ୍ରଭାଗା ସମୁଦ୍ରକୂଳଠାରୁ ମାତ୍ର ୧୦୦ ମିଟର ଦୂରରେ ଏପରି କରୁଥିବା ଦେଖିବାକୁ ମିଳିଛି।
ଏହି ଡଲଫିନ ଇରାୱାଡ଼ି ପ୍ରଜାତିର ବୋଲି ଜଣାପଡିଛି । ଦଳଗତ ଭାବେ ୨୦ରୁ ୨୫ ଡଲଫିନ ବୁଲୁଥିବା ଦେଖିବାକୁ ମିଳିଛି । ଏବେ ପର୍ଯ୍ୟଟନ ଋତୁ ତଥା ରାମଚଣ୍ଡି ମୁହାଣରେ ଇକୋ ରିଟ୍ରିଟ ଚାଲିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ସମୁଦ୍ର କୂଳରେ ତଥା ବୋଟିଂ ସମୟରେ ଡଲଫିନ୍ଙ୍କୁ ଦେଖି ବେଶ୍ ଖୁସି ହେଉଛନ୍ତି।
ସୂଚନାଯୋଗ୍ୟ, ଅଭିଲ ରିଡଲେଙ୍କ ସୁରକ୍ଷା ପାଇଁ ଗତ ନଭେମ୍ବରରୁ ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପୁରୀ-ଅସ୍ତରଙ୍ଗ, ଚନ୍ଦ୍ରଭାଗା ସମୁଦ୍ର କୂଳରେ ଟ୍ରଲର ଚଳାଚଳକୁ ନିଷିଦ୍ଧ କରାଯାଇଛି। ମୁଖ୍ୟତଃ ରାମଚଣ୍ଡି, ଚିଲିକା ମୁହାଣର ୫ କି.ମି ପର୍ଯ୍ୟନ୍ତ ଓ ଦେବୀ ମୁହାଣର ୧୦ କିମି ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ତେଣୁ ଏହି ସମୟରେ ଅଲିଭ ରିଡଲେଙ୍କ ସମାଗମ ସହ ସେମାନେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଂସିକା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିକା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିକା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Guest Column
ଫେରନ୍ତା ପ୍ରବାସୀଙ୍କୁ ଖୋଲାପତ୍ର
ଏ ରାଜ୍ୟ ଗୋଟିଏ ଚାଷୀ ପ୍ରଧାନ ରାଜ୍ୟ। କିନ୍ତୁ ଏହାର କୃଷକ ପରିବାରର ଆୟ ଏ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଛୁଇଁନାହିଁ। ସେହିପରି ଆଦିବାସୀ ପରିବାରର ମାସିକ ଆୟ ୩ ହଜାର ଟଙ୍କା ମଧ୍ୟ ଛୁଇଁନାହିଁ। ଆପଣମାନେ ବିଭିନ୍ନ ଭାବରେ ଅତିଥି ହୋଇ ଆସିଥିଲେ। ଏଣୁ ଏଠାକାର ଆତିଥ୍ୟ ସଂପର୍କରେ ଆପଣଙ୍କୁ ବେଶି କିଛି ଜଣାନଥିବ।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।