ଘରୋଇ ହିଂସା: ବିଭାଗ ଜାରି କଲା ହ୍ୱାଟସଅପ୍ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା କରିବାପରେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଲକଡାଉନ୍ ଅବଧି ମଧ୍ୟରେ ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ ନିମନ୍ତେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି କରାଯାଇଛି। ଗତକାଲି ପୁଲିସ ଡିଜି ଅଭୟ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରି ଅନଲାଇନ ଓ ଟେଲିଫୋନ୍ ମାଧ୍ୟମରେ ମହିଳା ହିଂସା […]

909-1

909-1

Tapas Behera
  • Published: Wednesday, 15 April 2020
  • Updated: 15 April 2020, 09:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା କରିବାପରେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଲକଡାଉନ୍ ଅବଧି ମଧ୍ୟରେ ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ ନିମନ୍ତେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି କରାଯାଇଛି। ଗତକାଲି ପୁଲିସ ଡିଜି ଅଭୟ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରି ଅନଲାଇନ ଓ ଟେଲିଫୋନ୍ ମାଧ୍ୟମରେ ମହିଳା ହିଂସା ସମ୍ପର୍କରେ ଅଭିଯୋଗ କଲେ ପୁଲିସ୍ ଘରେ ପହଂଚିବ ବୋଲି କହିଥିଲେ।

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲକଡାଉନ୍ ଅବଧି ସମୟରେ ଘରୋଇ ହିଂସା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ପୀଡ଼ିତା ମହିଳାମାନଙ୍କ ସହାୟତା ପାଇଁ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର-୭୨୦୫୦୦୬୦୩୯ ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ପୀଡ଼ିତାମାନେ ନିଜର ଅଭିଯୋଗ ଦାଏର କରିପାରିବେ। ଅବଶ୍ୟ ବିଭାଗ ପକ୍ଷରୁ ପୂର୍ବରୁ ଏକ ହେଲପଲାଇନ୍‌-୧୮୧ ରହିଛି। ତଥାପି ଲକଡାଉନ ଅବଧିରେ ମହିଳା ହିଂସା ଘଟଣା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗ ପକ୍ଷରୁ ଏଭଳି ହ୍ୱାଟସଅପ୍ ନମ୍ବର ଜାରି ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ଘରୋଇ ହିଂସା ସଂକ୍ରାନ୍ତ ମାମଲା ବୃଦ୍ଧି ପାଇନାହିଁ। କିନ୍ତୁ ପାରିବାରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଉଥିବା ଓଡ଼ିଶା ଭଳି ରାଜ୍ୟରେ ଏଭଳି ଆଶଙ୍କା ସରକାର କିପରି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos