ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ବସ୍ତ୍ରକୁ ଛାଡି ବିକ୍ରିହେବ ଦାନ ସୂତ୍ରରେ ମିଳିଥିବା ଖଣ୍ଡୁଆ, ପାଟ  

<p>ପୁରୀ(ଓଡିଶା ରିପୋର୍ଟର): ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢୀକୁ ନିଲାମ କରାଯିବ । ଏଥିପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଦାନ ବସ୍ତ୍ରର ତାଲିକା କରାଯାଇ ଆସିଷ୍ଟାଣ୍ଡ&nbsp; ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।</p> <p>କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଭଳି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା ପରିଷଦ ନେଇପାରିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ମଧ୍ୟ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆ ଆଦିକୁ ବିକ୍ରି ଏବଂ ନିଲାମ କରାଯିବ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି। ମହାପ୍ରଭୁ ବ୍ୟବହାର କରିଥିବା ଲୁଗା ବିକ୍ରି କରିବାର କୌଣସି ଦୃଷ୍ଟାନ୍ତ ନାହିଁ। କେବଳ ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗୀ ଜଡିତ ଦେବାଦେବୀ ମନ୍ଦିରକୁ ପ୍ରଦାନ କରାଯାଇଥାଏ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।</p>

Ordigital Desk
  • Published: Friday, 11 May 2018
  • Updated: 11 May 2018, 01:00 PM IST

Sports

Latest News

<p>ପୁରୀ(ଓଡିଶା ରିପୋର୍ଟର): ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢୀକୁ ନିଲାମ କରାଯିବ । ଏଥିପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଦାନ ବସ୍ତ୍ରର ତାଲିକା କରାଯାଇ ଆସିଷ୍ଟାଣ୍ଡ&nbsp; ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।</p><p>କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଭଳି ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା ପରିଷଦ ନେଇପାରିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ମଧ୍ୟ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆ ଆଦିକୁ ବିକ୍ରି ଏବଂ ନିଲାମ କରାଯିବ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି। ମହାପ୍ରଭୁ ବ୍ୟବହାର କରିଥିବା ଲୁଗା ବିକ୍ରି କରିବାର କୌଣସି ଦୃଷ୍ଟାନ୍ତ ନାହିଁ। କେବଳ ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗୀ ଜଡିତ ଦେବାଦେବୀ ମନ୍ଦିରକୁ ପ୍ରଦାନ କରାଯାଇଥାଏ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos