‘ଟିକା ନେବାର କିଛି ଦିନ ଭିତରେ କରୋନା ହେଲେ ଦ୍ୱିତୀୟ ଡୋଜ ନିଅନ୍ତୁନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସିଛି କରୋନା ଟିକା କୋଭିସିଲ୍‌ଡ୍‌। ଆସନ୍ତା ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ଏଥିପାଇଁ ରାଜ୍ୟରେ ୧୬୦ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। ଦୈନିକ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଟିକା ଦିଆଯାଇପାରିବ। ଯାହାକୁ ଯେଉଁଦିନ ଡକାଯାଇଥିବ, ସେ ସେହିଦିନ ହିଁ ଟିକା ନେଇପାରିବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ସିବି ଭେଷଜ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା। […]

jayant-panda

Manoranjan Sial
  • Published: Wednesday, 13 January 2021
  • , Updated: 13 January 2021, 05:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସିଛି କରୋନା ଟିକା କୋଭିସିଲ୍‌ଡ୍‌। ଆସନ୍ତା ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ଏଥିପାଇଁ ରାଜ୍ୟରେ ୧୬୦ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। ଦୈନିକ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଟିକା ଦିଆଯାଇପାରିବ। ଯାହାକୁ ଯେଉଁଦିନ ଡକାଯାଇଥିବ, ସେ ସେହିଦିନ ହିଁ ଟିକା ନେଇପାରିବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ସିବି ଭେଷଜ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା।

ସେ କହିଛନ୍ତି-“ନିର୍ଦ୍ଦିଷ୍ଟ ଦିନ ଟିକା ନେବାକୁ ନଆସିଲେ CDMOଙ୍କ ସହ ଯୋଗାଯୋଗ କରିବେ। ପ୍ରଥମ ଡୋଜ ନେବାର କିଛି ଦିନରେ ପଜିଟିଭ ଆସିଲେ, ୨ୟ ଡୋଜ ନେବେନି। ୨୮ ଦିନ ପରେ ୨ୟ ଡୋଜ ନ ନେଇ ସୁସ୍ଥ ହେବା ଯାଏ ଅପେକ୍ଷା କରିବେ।”

ମଙ୍ଗଳବାର କୋଭିଡ୍‌ ଟିକା ଓଡ଼ିଶାରେ ପହଞ୍ଚିଛି। ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁଲିସ୍ ପାଇଲଟିଂରେ ସିଧାସଳଖ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ନିଆଯାଇଥିଲା। ଏଠାରୁ ବିଭିନ୍ନ ଜିଲ୍ଲାର ଭ୍ୟାକସିନ୍ ଷ୍ଟୋରକୁ ଟିକା ଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮୦୦ ଭାଇଲସ୍‌ ବା ଛୋଟ ସିସି ଆସିଛି। ଗୋଟିଏ ସିସିରେ ୫ ମିଳିଗ୍ରାମ ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ୍‌ ଡୋଜ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ ଲକ୍ଷ ୮ ହଜାର ଡୋଜ ରହିଛି। ଏଥିରେ ୧ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକାକରଣ କରାଯାଇପାରିବ। ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଭ୍ୟାକ୍ସିନେସନ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍‌ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ। ଆଗକୁ କୋଭାକ୍ସିନ୍‌ର ୨୦ ହଜାର ଡୋଜ ଆସିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି କେନ୍ଦ୍ର।

Related story