ଗର୍ଭବତୀମାନେ ଫୋନ୍‌ କଲେ ଘରକୁ ଯିବ ମେଡିକାଲ୍‌ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କୋଭିଡ୍‌ ଲାଗି ଗର୍ଭବତୀମାନେ ଟୋଲ୍ ଫ୍ରି ନମ୍ୱର ୧୯୨୯ ରେ ଫୋନ୍‌ କରି ନିଜର ନାଁ, ଠିକଣା ଓ ଫୋନ୍‌ ନମ୍ୱର ଦେବେ। ତା’ପର ଦିନ ବିଏମ୍‌ସିର ମେଡିକାଲ୍‌ ଟିମ୍‌ ସେମାନଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରିବେ। ପୂର୍ବରୁ ରହୁଥିବା ୬୦+ ବରିଷ୍ଠ ନାଗରିକମାନଙ୍କୁ ଟେଷ୍ଟିଂ ସେଣ୍ଟରକୁ ଆଣିବା ଲାଗି ବ୍ୟବସ୍ଥା କରିଥିଲା ବିଏମ୍‌ସି। Doorstep #COVID19 […]

pregnet

Manoranjan Sial
  • Published: Monday, 17 May 2021
  • , Updated: 17 May 2021, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କୋଭିଡ୍‌ ଲାଗି ଗର୍ଭବତୀମାନେ ଟୋଲ୍ ଫ୍ରି ନମ୍ୱର ୧୯୨୯ ରେ ଫୋନ୍‌ କରି ନିଜର ନାଁ, ଠିକଣା ଓ ଫୋନ୍‌ ନମ୍ୱର ଦେବେ। ତା’ପର ଦିନ ବିଏମ୍‌ସିର ମେଡିକାଲ୍‌ ଟିମ୍‌ ସେମାନଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରିବେ। ପୂର୍ବରୁ ରହୁଥିବା ୬୦+ ବରିଷ୍ଠ ନାଗରିକମାନଙ୍କୁ ଟେଷ୍ଟିଂ ସେଣ୍ଟରକୁ ଆଣିବା ଲାଗି ବ୍ୟବସ୍ଥା କରିଥିଲା ବିଏମ୍‌ସି।

https://twitter.com/otvnews/status/1394308263907192834?s=20

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ରୁ ୬ ଦିନ ହେବ ୧୦୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଭୁବନେଶ୍ୱରରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୧୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୩୦ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

Related story