ବରିଷ୍ଠ ନାଗରିକଙ୍କୁ ଆଣିବା ପାଇଁ ଘରକୁ ଯିବ ଭ୍ୟାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନେ ୧୯୨୯ରେ ଫୋନ୍‌ କଲେ ଘରକୁ ଯିବ ଭ୍ୟାନ୍। ଆଉ ସେଥିରେ ସେମାନେ ଯାଇ କରୋନା ଟଷ୍ଟିଂ ପାଇଁ ନମୂନା ଦେଇପାରିବେ ଓ ଟିକା ନେଇପାରିବେ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା କେବଳ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ। ଶ୍ରୀ ସିଂ କହିଛନ୍ତି-“ବିଏମ୍‌ସି ଅଞ୍ଚଳରେ ଏକଟୁଆ ରହୁଥିବା ୬୦+ ବରିଷ୍ଠ ନାଗରିକମାନେ […]

senior-citizen

Manoranjan Sial
  • Published: Saturday, 15 May 2021
  • , Updated: 15 May 2021, 06:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନେ ୧୯୨୯ରେ ଫୋନ୍‌ କଲେ ଘରକୁ ଯିବ ଭ୍ୟାନ୍। ଆଉ ସେଥିରେ ସେମାନେ ଯାଇ କରୋନା ଟଷ୍ଟିଂ ପାଇଁ ନମୂନା ଦେଇପାରିବେ ଓ ଟିକା ନେଇପାରିବେ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା କେବଳ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ।

ଶ୍ରୀ ସିଂ କହିଛନ୍ତି-“ବିଏମ୍‌ସି ଅଞ୍ଚଳରେ ଏକଟୁଆ ରହୁଥିବା ୬୦+ ବରିଷ୍ଠ ନାଗରିକମାନେ ଟେଷ୍ଟିଂ ସେଣ୍ଟରକୁ ଯାଇପାରୁନାହାନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ ଚାହିଁଲେ ୧୯୨୯ରେ ଫୋନ୍‌ କରି ନିଜର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବେ। ତା’ପରେ ସେମାନଙ୍କ ପାଖକୁ ନମୂନା ସଂଗ୍ରହ ପାଇଁ ଭ୍ୟାନ୍‌ ଯିବ। ଆସନ୍ତା ସୋମବାରଠାରୁ ଏହି ସେବା ମିଳିବ। ଟେଷ୍ଟିଂ ପରି ଏକୁଟିଆ ରହୁଥିବା ୬୦+ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ୧୯୨୯କୁ ଫୋନ୍‌ କଲେ, ସେମାନଙ୍କ ପାଖକୁ ଭ୍ୟାନ୍‌ ଯିବ। ସେମାନେ ସେହି ଭ୍ୟାନ୍‌ରେ ଆସି ଟିକା ନେବେ। ପରେ ସେହି ଭ୍ୟାନ୍‌ରେ ଘରକୁ ଫେରିବେ। ଏହାଛଡ଼ା ବିଏମ୍‌ସି ଅଞ୍ଚଳରେ ଟେଷ୍ଟିଂକୁ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟତଃ ସୋମବାରଠାରୁ ଟେଷ୍ଟିଂକୁ ବଢ଼ାଇବାର ବ୍ୟବସ୍ଥା କରାଯିବ।”

ରାଜଧାନୀବାସୀଙ୍କୁ ସେ ଅପିଲ୍‌ କରି କହିଛନ୍ତି-“ଅତି ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁନାହିଁ। ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି, ତା’ହାହେଲେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ। ଗହଳି ସ୍ଥାନଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ଘରକୁ ଫେରିବା ପରେ ହାତ ଧୋଇବା ଓ ସାନିଟାଇଜ୍‌ କରନ୍ତୁ। ଏହା ସତ୍ତ୍ୱେ ଯଦି କରୋନାର ଲକ୍ଷଣ ଦେଖାଦେଉଛି, ତାକୁ ହେୟଜ୍ଞାନ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।“

ସେ ଆହୁରି କହିଛନ୍ତି-“କରୋନା ସମ୍ପର୍କରେ ସୂଚନା ଦେବା ପାଇଁ ବିଏମ୍‌ସି ପକ୍ଷରୁ କଲ୍‌ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଟେଲିଫୋନ୍‌ ନମ୍ୱର ୧୯୨୯ ରେ ଫୋନ୍‌ କରିବାକୁ କୁହାଯାଇଛି। ଏହି କଲ୍‌ ସେଣ୍ଟର ୨୪ ଘଣ୍ଟା କାମ କରୁଛି। ପୂର୍ବରୁ ଏହି କଲ୍‌ ସେଣ୍ଟରରେ ୨୫ଟି ଲାଇନ୍‌ ଥିଲା। ଏବେ ଏହାକୁ ଆହୁରି ସୁଦୃଢ଼ କରାଯାଇଛି। ଆଉ ୫ଟି ଲାଇନ୍‌ ବଢ଼ାଯାଇଛି। ସେଥିରେ ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ।”

Related story