ଡିଜେଲ ଦର କମିବା ପରେ କମିଲା ବସ୍ ଭଡା

ଭୁବନେଶ୍ୱର: ଡିଜେଲ ଦର ୫୦ ପଇସା କମିବା ପରେ ମଙ୍ଗଳବାର ରାଜ୍ୟରେ ବସ ଭଡା କମିଛି। ଅଟୋମେଟିକ ମେକାନିଜମ ପଦ୍ଧତ୍ତିରେ ଦ୍ୱିତୀୟ ଥର ପାଇଁ କମିଛି ବସ ଭଡା। ସାଧାରଣ ଏକ୍ସପ୍ରେସ ଭଡା ୧ କିମିକୁ ୧ ପଇସା କମିଥିବା ବେଳେ ସାଧାରଣ ବସ ଭଡା କିଲୋମିଟର ପ୍ରତି ୫୬ ପଇସାରୁ ୫୫ ପଇସାକୁ କମିଛି। ସେହିପରି ଡିଲକ୍ସ/ଏସି ଡିଲକ୍ସ କିଲୋମିଟର ପ୍ରତି ୨ ପଇସା କମିଛି। ଏକ୍ସପ୍ରେସ୍ ଭଡ଼ା କିଲୋମିଟର ୫୯ ପଇସାରୁ ୫୮ ପଇସାକୁ କମିଥିବା […]

bus fare not hiked

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 01:28 PM IST

ଭୁବନେଶ୍ୱର: ଡିଜେଲ ଦର ୫୦ ପଇସା କମିବା ପରେ ମଙ୍ଗଳବାର ରାଜ୍ୟରେ ବସ ଭଡା କମିଛି। ଅଟୋମେଟିକ ମେକାନିଜମ ପଦ୍ଧତ୍ତିରେ ଦ୍ୱିତୀୟ ଥର ପାଇଁ କମିଛି ବସ ଭଡା। ସାଧାରଣ ଏକ୍ସପ୍ରେସ ଭଡା ୧ କିମିକୁ ୧ ପଇସା କମିଥିବା ବେଳେ ସାଧାରଣ ବସ ଭଡା କିଲୋମିଟର ପ୍ରତି ୫୬ ପଇସାରୁ ୫୫ ପଇସାକୁ କମିଛି। ସେହିପରି ଡିଲକ୍ସ/ଏସି ଡିଲକ୍ସ କିଲୋମିଟର ପ୍ରତି ୨ ପଇସା କମିଛି। ଏକ୍ସପ୍ରେସ୍ ଭଡ଼ା କିଲୋମିଟର ୫୯ ପଇସାରୁ ୫୮ ପଇସାକୁ କମିଥିବା ବେଳେ ଡିଲକ୍ସ କିଲୋମିଟର ପ୍ରତି ୭୬ ପଇସାରୁ ୭୪ ପଇସାକୁ କମିଛି। ସେହିପରି ଏସି ଡିଲକ୍ସ ଭଡା ୯୭ ପଇସାରୁ ୯୫ ପଇସାକୁ କମିଛି ବୋଲି ସୂଚନା ଦେଇଛନ୍ତି ବସ ମାଲିକ ସଂଘ। ସୂଚନାଯୋଗ୍ୟ ଜୁନ ୧୮ ତାରିଖରେ ମଧ୍ୟ ବସଭଡା ଅଟୋମେଟିକ ମେକାନିଜମ ଅନୁଯାଇ ପ୍ରଥମ ଥର ପାଇଁ କମାଯାଇଥିଲା।

Related story