ରାଜଧାନୀରେ ଡବଲ ମର୍ଡର: ସ୍ତ୍ରୀ ଓ ଶାଳୀଙ୍କୁ ମାରିଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର। ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ରହେ ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରେ। ସେ ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା […]

Accused

Accused

Jitendra Garnayak
  • Published: Sunday, 24 April 2022
  • Updated: 24 April 2022, 01:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର। ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା। ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ରହେ ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରେ। ସେ ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନାହିଁ।

ମୃତକ ଦ୍ୱୟଙ୍କ ବାପା ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।

ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ଦୁଇ ଦିନ ହେଲା ଦୁଇ ଝିଅଙ୍କ ମୋବାଇଲ୍‌ ଫୋନ୍ ସୁଇଚ୍‌ ଅଫ୍ ଦେଖାଉଥିଲା।  ବିଜୟଙ୍କ ଫୋନ୍ ଲାଗୁଥିଲା। କିନ୍ତୁ ସେ ଫୋନ୍ ଉଠାଉ ନଥିଲା। ସେଥିପାଇଁ ସେମାନଙ୍କର ସନ୍ଦେହ ହୋଇଥିଲା। କାରଣ ବିଜୟ କଳହ ପ୍ରକୃତିର ଲୋକ। ପୁଣି ସେ ଅନେକ ସମୟରେ ତାଙ୍କ ପତ୍ନୀଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ସୁଦାମ ଓ ତାଙ୍କ ପତ୍ନୀ ଗତକାଲି ଆସିଥିଲେ ବିଜୟଙ୍କ ଘରକୁ। କିନ୍ତୁ ଘରେ ତାଲା ପଡ଼ିଥିଲା। ସୁଦାମ ରାତି ୯ଟା ପର୍ଯ୍ୟନ୍ତ ଜଗି ବସିଥିଲେ। କିନ୍ତୁ ବିଜୟ ଆସି ନଥିଲା। ତେଣୁ ଆଜି ଭୋରରୁ ସୁଦାମ ପୁଣି ଆସି ଘର ପାଖରେ ଛକି ବସିଥିଲେ। ସକାଳ ପ୍ରାୟ ୭ଟା ବେଳେ ବିଜୟ ଘରକୁ ଆସିବାରୁ ତାକୁ ସେ ମାଡ଼ି ବସିଥିଲେ। ଝିଅମାନଙ୍କ ବିଷୟରେ ପଚାରିବାରୁ ବିଜୟ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଏମିତିକି ସେ ଖସି ଯିବାକୁ ପ୍ରୟାସ କରିଥିଲେ। ତେବେ ସେତେବେଳକୁ ସୁଦାମଙ୍କ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚିସାରିଥିଲେ। ସେମାନେ ବିଜୟକୁ କାବୁ କରି ପୁଲିସ୍‌କୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ବିଜୟଙ୍କ ଶାଳୀ ବାହା ହୋଇଥିଲେ। ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚାକିରି କରୁଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos