ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଲେ!

ପାଟଣାଗଡ଼(ବଂଶୀଧର ସେଠୀ): ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଠରେ ଘର ତିଆରି କରିବାର ସ୍ୱପ୍ନ ଦେଖିଛି। ହେଲେ ଅନ୍ଧବିଶ୍ୱାସର ସେହି ଅନ୍ଧାରି ଗଳିରୁ କେବେ ହେଲେ ବାହାରି ପାରୁନାହାନ୍ତି ଓଡ଼ିଶାର କେତେକ ଅଂଚଳର ଅଧିବାସୀ। ସେଥିପାଇଁ ରକ୍ତରେ ଖେଳୁଛି ହୋଲି। ଗୁଣି-ଗାରେଡ଼ିକୁ ସନ୍ଦେହ କରି ନିରୀହ ଓ ସରଳ ଲୋକଙ୍କୁ ହତ୍ୟା କରାଯାଉଛି। ଆଜି ଏମିତି ଏକ ହତ୍ୟାକାଣ୍ଡ ବଲାଙ୍ଗିରି ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ଗୁଣି-ଗାରେଡ଼ି ସନ୍ଦେହ କରି ଦମ୍ପତିଙ୍କୁ ହତ୍ୟା […]

couple-murder-in-patnagarh

Manoranjan Sial
  • Published: Monday, 16 September 2019
  • , Updated: 16 September 2019, 06:53 PM IST

ପାଟଣାଗଡ଼(ବଂଶୀଧର ସେଠୀ): ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଠରେ ଘର ତିଆରି କରିବାର ସ୍ୱପ୍ନ ଦେଖିଛି। ହେଲେ ଅନ୍ଧବିଶ୍ୱାସର ସେହି ଅନ୍ଧାରି ଗଳିରୁ କେବେ ହେଲେ ବାହାରି ପାରୁନାହାନ୍ତି ଓଡ଼ିଶାର କେତେକ ଅଂଚଳର ଅଧିବାସୀ। ସେଥିପାଇଁ ରକ୍ତରେ ଖେଳୁଛି ହୋଲି। ଗୁଣି-ଗାରେଡ଼ିକୁ ସନ୍ଦେହ କରି ନିରୀହ ଓ ସରଳ ଲୋକଙ୍କୁ ହତ୍ୟା କରାଯାଉଛି। ଆଜି ଏମିତି ଏକ ହତ୍ୟାକାଣ୍ଡ ବଲାଙ୍ଗିରି ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ଗୁଣି-ଗାରେଡ଼ି ସନ୍ଦେହ କରି ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗତ ୨୧ ତାରିଖରେ ଚିଟିକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୁଅ ଲକିକୁ ଜ୍ୱର ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଲକିର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଲକିର ମୃତଦେହକୁ ଆଣି ନିଜ ବାଡ଼ିରେ ପୋତି ଦେଇଥିଲେ। ଏପରିକି ସମାଧି ଉପରେ ଇଟା-ପଥର ରଖିଦେଇଥିଲେ।

ତେବେ କିଛି ଦିନ ତଳେ ଲକିର ସମାଧି ଉପରେ ଥିବା ଇଟା କଢ଼ାଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ସେଠାରେ ଦୀପ, ଧୂପ ଓ ସିନ୍ଦୂର ଦିଆଯାଇ ପୂଜା କରାଯାଇଥିଲା। ଲକିର ସମାଧି ପୂଜା କରି କେହି ଗୁଣି-ଗାରେଡ଼ି କରୁଥିବା ସନ୍ଦେହ ହେଉଥିଲା। ଏପରି କାମ ଉକ୍ତ ଗାଁର ଚିନ୍ତାମଣୀ ବରିଆ ଓ ତାଙ୍କ ପତ୍ନୀ ରୁକ୍ମଣି କରୁଥିବା ଗାଁ ଲୋକେ ସନ୍ଦେହ କରୁଥିଲେ। ସେମାନଙ୍କ ବିରୋଧରେ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଦୁଇ ପକ୍ଷଙ୍କ ଭିତରେ ଥିବା ବିବାଦ ସମାଧାନ କରିଥିଲା। କିନ୍ତୁ ଗାଁ ଲୋକଙ୍କ ସନ୍ଦେହ ଦୂର ହୋଇନଥିଲା। ସେଥିପାଇଁ ଆଜି ସକାଳେ ଗାଁରେ ଏକ ସଭା ହୋଇଥିଲା। ଏଥିରେ ଏହି ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପରେ ଚିନ୍ତାମଣୀ ବରିଆ ଓ ତାଙ୍କ ପତ୍ନୀ ରୁକ୍ମଣୀଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ହତ୍ୟା ନେଇ ଖବର ପାଇ ପୁଲିସ ଗାଁ ପାର୍ଶ୍ୱ ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାୟକଙ୍କ ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମାଧ୍ୟମରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story