ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

Ordigital Desk
  • Published: Thursday, 20 September 2018
  • , Updated: 20 September 2018, 04:56 AM IST
<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି।</p> <p>ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍&zwnj; ମାମଲା ରୁଜୁ କରିଛି।</p> <p>ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି। ଏନେଇ ଜିତୁଙ୍କ ପରିବାର ଲୋକଙ୍କୁ ନୋଟିସ୍&zwnj; ଜାରି ହୋଇଥିବା ଏସ୍&zwnj;ପି କହିଛନ୍ତି।</p> <p>ଖୋର୍ଦ୍ଧା ଏସ୍&zwnj;ପି ଦୀପ୍ତି ରଞ୍ଜନ ରାୟ କହିଛନ୍ତି,&ldquo;ଜିତୁ ମିତ୍ରଙ୍କ ବଡ଼ ପୁଅ ବିଦେଶରେ ରୁହନ୍ତି। ତାଙ୍କ ସ୍ତ୍ରୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ଟାଉନ୍&zwnj; ଥାନାରେ ଏକ ଏତଲା ଦେଇଛନ୍ତି। ଏତଲାରେ ତାଙ୍କ ସ୍ୱାମୀ, ଶ୍ୱଶୁର&nbsp; ଓ ଶାଶୂଙ୍କ ନାଁ ରହିଛି। ଏନେଇ ତଦନ୍ତ ଚାଲିଛି।&rdquo;</p>

Related story