ନ୍ୟାୟ ପାଇଁ ଥାନାକୁ ଦୌଡ଼ି ନୟାନ୍ତ ହେଲେଣି ମହିଳା

ଚାନ୍ଦବାଲି( ବାସୁଦେବ ଦାସ) : ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ମହିଳା। ୨ ବର୍ଷ ତଳେ ଭଦ୍ରକ ଚାନ୍ଦବାଲି ଥାନା ପାହାଡପୁର ଗାଁର ସୁବ୍ରତ ନାଥଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମହିଳା ଜଣକ। ବିବାହର ମାତ୍ର ୬ ଦିନ ପରେ ମହିଳାଙ୍କ ଉପରେ ସ୍ୱାମୀଙ୍କ ସହ ଶାଶୁ ଘର […]

dawory-torture

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 05:38 PM IST

ଚାନ୍ଦବାଲି( ବାସୁଦେବ ଦାସ) : ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ମହିଳା।

୨ ବର୍ଷ ତଳେ ଭଦ୍ରକ ଚାନ୍ଦବାଲି ଥାନା ପାହାଡପୁର ଗାଁର ସୁବ୍ରତ ନାଥଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମହିଳା ଜଣକ। ବିବାହର ମାତ୍ର ୬ ଦିନ ପରେ ମହିଳାଙ୍କ ଉପରେ ସ୍ୱାମୀଙ୍କ ସହ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି।

ଚାନ୍ଦବାଲି ଥାନାରେ ଏନେଇ ଅଭିଯୋଗ ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ମହିଳା। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହିଳାଙ୍କ ଶାଶୁ। ଏପଟେ ପୁଲିସ କହିଛି, ତଦନ୍ତ ଚାଲିଛି। ଅଭିଯୁକ୍ତ ଫେରାର ଅଛନ୍ତି।

Related story