ଡଃ ଚେଲ୍ଲାକୁମାର କଂଗ୍ରେସର ଓଡ଼ିଶା ପ୍ରଭାରୀ, ଭକ୍ତଙ୍କୁ ମିଜୋରାମ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନର ପ୍ରାୟ ଦେଢ଼ବର୍ଷ ପରେ ସାଂଗଠନିକସ୍ତରରେ ଏଆଇସିସି ପକ୍ଷରୁ ଅଦଳବଦଳ କରାଯାଇଛି। କଂଗ୍ରେସର ଓଡ଼ିଶା ପ୍ରଭାରୀ ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ସିଂଙ୍କୁ ଆସାମ ଦାୟିତ୍ୱ ଦିଆଯାଇଥିବାବେଳେ ଚେନ୍ନାଇର ସାଂସଦ ଡଃ ଚେଲ୍ଲାକୁମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ସେହିପରି ଏଆଇସିସିର ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଭାବେ ଭକ୍ତ ଚରଣ ଦାସଙ୍କୁ ସାମିଲ କରାଯାଇଛି। ଓ ତାଙ୍କୁ ମିଜେରାମ ଓ ମଣିପୁରର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। […]

chhala

Manoranjan Sial
  • Published: Friday, 11 September 2020
  • , Updated: 12 September 2020, 12:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନର ପ୍ରାୟ ଦେଢ଼ବର୍ଷ ପରେ ସାଂଗଠନିକସ୍ତରରେ ଏଆଇସିସି ପକ୍ଷରୁ ଅଦଳବଦଳ କରାଯାଇଛି। କଂଗ୍ରେସର ଓଡ଼ିଶା ପ୍ରଭାରୀ ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ସିଂଙ୍କୁ ଆସାମ ଦାୟିତ୍ୱ ଦିଆଯାଇଥିବାବେଳେ ଚେନ୍ନାଇର ସାଂସଦ ଡଃ ଚେଲ୍ଲାକୁମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି

ସେହିପରି ଏଆଇସିସିର ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଭାବେ ଭକ୍ତ ଚରଣ ଦାସଙ୍କୁ ସାମିଲ କରାଯାଇଛି। ଓ ତାଙ୍କୁ ମିଜେରାମ ଓ ମଣିପୁରର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶାର ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରଠୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏକପ୍ରକାର ସ୍ଥାଣୁ ହୋଇ ପଡ଼ିରହିଛି।

Related story