ନବୀନଙ୍କ ଶ୍ରୀବଳଦେବଜୀଉଙ୍କ ଦର୍ଶନର ଗୁମର ଖୋଲିଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ କେନ୍ଦ୍ରାପଡ଼ାର ଅଧିଷ୍ଠାତା ଦେବତା ଶ୍ରୀ ବଳଦେବଜୀଉଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଥିଲେ। ନବୀନଙ୍କ ଏହି ଦର୍ଶନ ପଛର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଡା. ରାଉତ କହିଛନ୍ତି, “ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଓ ମୋତେ ବିଧାନସଭା କିମ୍ବା ଲୋକସଭାର ସଦସ୍ୟ ହେବାକୁ ଦେବେ ନାହିଁ ବୋଲି ନବୀନଙ୍କ ମନରେ ଜିଦ୍‌ ରହିଛି। ସେଥିପାଇଁ ଯାହା କରିବା କଥା […]

draut

draut

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 07:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ କେନ୍ଦ୍ରାପଡ଼ାର ଅଧିଷ୍ଠାତା ଦେବତା ଶ୍ରୀ ବଳଦେବଜୀଉଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଥିଲେ। ନବୀନଙ୍କ ଏହି ଦର୍ଶନ ପଛର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ।

ଡା. ରାଉତ କହିଛନ୍ତି, “ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଓ ମୋତେ ବିଧାନସଭା କିମ୍ବା ଲୋକସଭାର ସଦସ୍ୟ ହେବାକୁ ଦେବେ ନାହିଁ ବୋଲି ନବୀନଙ୍କ ମନରେ ଜିଦ୍‌ ରହିଛି। ସେଥିପାଇଁ ଯାହା କରିବା କଥା ସେ କରୁଛନ୍ତି। ୧୯୯୭ ମସିହାରେ ଓଡ଼ିଶା ରାଜନୀତିକୁ ଆସିବା ପରଠାରୁ ନବୀନ କେବେ ବଳଦେବଜୀଉଙ୍କ ଦର୍ଶନ କରି ନଥିଲେ। ହେଲେ ପାଟକୁରା ନିର୍ବାଚନ ପାଇଁ ତାଙ୍କର ବଳଦେବଜୀଉ ଦର୍ଶନ କଥା ମନେ ପଡ଼ିଲା ଓ ସେ ୨ କୋଟି ଟଙ୍କା ଦେଇଦେଲେ।”

ଗ୍ୟାଙ୍ଗଷ୍ଟର ଟିଟୋ ଘରେ ଆଜି କ୍ରାଇମବ୍ରାଞ୍ଚର ଚଢ଼ଉ ପରେ ଦାମ ପୁଣି ଟିଟୋ ଲିଙ୍କରେ ବିଜେଡି ନେତାଙ୍କୁ ଟାଣିଛନ୍ତି। ସେପଟେ ଦାମଙ୍କ ଏପରି ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos