ଡାକ୍ତର ସିବିକେ ମହାନ୍ତି ହେଲେ ଡିଏମ୍‌ଇଟି ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ସିବିକେ ମହାନ୍ତିଙ୍କୁ ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ(ଡିଏମଇଟି) ଭାବେ ନିଯୁକ୍ତି ମିଳିଛି। ଡାକ୍ତର ମହାନ୍ତି ଏବେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ୍ (ଇନଚାର୍ଜ) ଭାବେ କାର୍ଯ୍ୟ କରୁଛନ୍ତି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଡାକ୍ତର ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତା ମିଳିବ। ସେହିପରି ଡାକ୍ତର ମହାନ୍ତିଙ୍କ ସ୍ଥାନରେ କଟକସ୍ଥିତ […]

kmk

Manoranjan Sial
  • Published: Monday, 04 November 2019
  • , Updated: 04 November 2019, 05:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତର ସିବିକେ ମହାନ୍ତିଙ୍କୁ ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ(ଡିଏମଇଟି) ଭାବେ ନିଯୁକ୍ତି ମିଳିଛି। ଡାକ୍ତର ମହାନ୍ତି ଏବେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ୍ (ଇନଚାର୍ଜ) ଭାବେ କାର୍ଯ୍ୟ କରୁଛନ୍ତି।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଡାକ୍ତର ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତା ମିଳିବ। ସେହିପରି ଡାକ୍ତର ମହାନ୍ତିଙ୍କ ସ୍ଥାନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ୍ ଭାବେ ଡାକ୍ତର ସରୋଜ କୁମାର ସାହୁଙ୍କୁ ଅବସ୍ଥାପିତ କରାଯାଇଛି। ଡାକ୍ତର ସାହୁ ଏବେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଜରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ଇନଚାର୍ଜ ସୁପରିଟେଣ୍ଡେଣ୍ଟ୍ ଭାବେ କାର୍ଯ୍ୟ କରିବେ।

Related story