ଡାକ୍ତର ସନ୍ତୋଷ ସ୍ୱାଇଁ ଆରଜିଏଚ୍‌ ଓ ନିର୍ମଳା ମିଶ୍ର ବ୍ଲଡ୍ ସେଫ୍‌ଟି ନିର୍ଦ୍ଦେଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ବରିଷ୍ଠ ପାହ୍ୟାର ଡାକ୍ତରମାନଙ୍କର ବଦଳି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନବରଙ୍ଗପୁରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ସହ ରାଉରକେଲାସ୍ଥିତ ଆରଜିଏଚ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ରାଉରକେଲା ଆରଜିଏଚରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ନୀଳକଣ୍ଠ ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର […]

corona-1585819629950

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 10:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ବରିଷ୍ଠ ପାହ୍ୟାର ଡାକ୍ତରମାନଙ୍କର ବଦଳି କରିଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନବରଙ୍ଗପୁରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ସହ ରାଉରକେଲାସ୍ଥିତ ଆରଜିଏଚ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ରାଉରକେଲା ଆରଜିଏଚରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଡାକ୍ତର ନୀଳକଣ୍ଠ ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ (ଟେକନିକାଲ) ଭାବେ ବଦଳି କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗରେ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ(ଟେକନିକାଲ) ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଉର୍ମିଳା ମିଶ୍ରଙ୍କୁ ବ୍ଲଡ୍ ସେଫ୍ଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ଡାକ୍ତରମାନଙ୍କ ସମେତ ଅନ୍ୟ ୨୬ଜଣ ମେଡିକାଲ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।

Related story