ସାତ ଦିନ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ଛାଡ଼ି ସୁମିତ ଫେରାର୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାତ ଦିନ ଗୋଟିଏ ଘରେ ରହିବା ପରେ ଆଜି ସକାଳେ ହଠାତ୍‌ କେଉଁ ପଳାଇ ଯାଇଛନ୍ତି ଡାକ୍ତର ସୁମିତ ସାହୁ। ଗେଷ୍ଟ ହାଉସ୍‌ ସମ୍ମୁଖରୁ ପୁଲିସ୍‌ କ୍ୟାମ୍ପ ହଟିବା ପରେ ସୁମିତ ଚମ୍ପଟ ମାରିଥିବା ଆଲୋଚନା ହେଉଛି। ସକାଳଠାରୁ ସ୍ୱାମୀ ସୁମିତଙ୍କୁ ନପାଇ କାନ୍ଦୁଛନ୍ତି ପତ୍ନୀ ତପସ୍ୱିନୀ ଓରଫ୍‌ ଡିମ୍ପଲ ଦାଶ। ସେ କହିଛନ୍ତି, ସୁମିତ ମୋତେ ଛାଡ଼ି କୁଆଡ଼େ ପଳାଇଛନ୍ତି। ସକାଳେ କେହି ଜଣେ ଆସି ତାଙ୍କୁ ସ୍କୁଟିରେ ନେଇଯାଇଛନ୍ତି। ଆସିକା ଗେଷ୍ଟ […]

Tapasani

Tapasani

Manoranjan Sial
  • Published: Friday, 10 December 2021
  • Updated: 10 December 2021, 06:43 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସାତ ଦିନ ଗୋଟିଏ ଘରେ ରହିବା ପରେ ଆଜି ସକାଳେ ହଠାତ୍‌ କେଉଁ ପଳାଇ ଯାଇଛନ୍ତି ଡାକ୍ତର ସୁମିତ ସାହୁ। ଗେଷ୍ଟ ହାଉସ୍‌ ସମ୍ମୁଖରୁ ପୁଲିସ୍‌ କ୍ୟାମ୍ପ ହଟିବା ପରେ ସୁମିତ ଚମ୍ପଟ ମାରିଥିବା ଆଲୋଚନା ହେଉଛି। ସକାଳଠାରୁ ସ୍ୱାମୀ ସୁମିତଙ୍କୁ ନପାଇ କାନ୍ଦୁଛନ୍ତି ପତ୍ନୀ ତପସ୍ୱିନୀ ଓରଫ୍‌ ଡିମ୍ପଲ ଦାଶ।

ସେ କହିଛନ୍ତି, ସୁମିତ ମୋତେ ଛାଡ଼ି କୁଆଡ଼େ ପଳାଇଛନ୍ତି। ସକାଳେ କେହି ଜଣେ ଆସି ତାଙ୍କୁ ସ୍କୁଟିରେ ନେଇଯାଇଛନ୍ତି। ଆସିକା ଗେଷ୍ଟ ହାଉସରେ ସେ ଏକା ରହିଯାଇଥିବା କହିଛନ୍ତି ତପସ୍ୱିନୀ।

ଅଭିଯୋଗରୁ ପ୍ରକାଶ, ଡାକ୍ତର ସୁମିତ ସାହୁ ହେଉଛନ୍ତି ବାଲିସିରା ମେଡ଼ିକାଲ୍‌ର ଡାକ୍ତର। ଆଜି ସକାଳେ ସେ ଡ୍ୟୁଟି ଯାଇଥିଲେ। ମେଡ଼ିକାଲ୍‌ରେ କିଛି ସମୟ ରହିଥିଲେ। ମେଡ଼ିକାଲ୍‌ରେ ରୋଗୀ ମଧ୍ୟ ଦେଖିଥିଲେ। ପରେ ୫ ଦିନ ଛୁଟି ମାଗି ଉପରିସ୍ଥ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ। ଏହା ପରଠାରୁ ସୁମିତଙ୍କ ପତ୍ତା ମିଳୁନାହିଁ। ଏପରିକି ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ରହିଥିବା ଜଣାପଡ଼ିଛି। ସେପଟେ ସୁମିତଙ୍କ ଓକିଲ କହିଛନ୍ତି, ତାଙ୍କ ଦେହ ଅସୁସ୍ଥ ରହିଛି। ତେବେ ବର୍ତ୍ତମାନ ସେ କେଉଁଠି ଅଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ହେଉଛନ୍ତି ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଶ୍ୱଶୁର ଘରେ ୬ ମାସ ଧରି ବୋହୂ ଭାବେ ରହିଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ।

ଗତ ତିନି ତାରିଖରେ ଏହି ହାଇପ୍ରୋଫାଇଲ୍‌ ମାମଲାର ବିଚାର କରିଥିଲେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ। ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଆଉ ସେମାନଙ୍କୁ ବାହାରେ ଜଗିଥିଲେ ଆସକା ଥାନା ଆଇଆଇସି।  ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସ୍ୱାମୀ-ସ୍ତ୍ରୀ ୭ ଦିନ ଧରି ଗୋଟିଏ ଘରେ ପରେ ଗୁରୁବାର ଏସ୍‌ଡିଜେଏମ୍‌ ପୁଣି ଥରେ ଏକତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos